No Result
View All Result
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲା ସହର ବାଳିକା ଉଚ୍ଚବିଦ୍ୟାଳୟ ଠାରେ ପ୍ରବାସୀ ଭାରତୀୟମାନଙ୍କ ଦିବସ ଦୁଇ ହଜାର ପଚିଶ ଅନୁଷ୍ଠିତ ହୋଇଯାଇଅଛି । ଏଠାରେ ଅନ୍ଯାନ୍ଯ ଅତିଥିଙ୍କ ସହିତ ମୂଖ୍ଯ ଅତିଥି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଉଦବୋଧନ ଦେଇ ନିଜ ଭାଷଣ ରେ ପ୍ରବାସି ଭାରତୀୟ କଂ ବିଷୟରେ ସମ୍ପୁର୍ଣ୍ଣ ବିବରଣ ଦେଇ କହିଥିଲେ ଯେ ,ପ୍ରବାସୀ ଭାରତୀୟ ଦିବସଟି ତିନି ବର୍ଷ ରେ ଥରେ ପାଳନ କରାଯାଏ,ଏହା ଆଗରୁ ଓଡିଶା ବାହାରେ ପାଳନ କରାଯାଉଥିଲା।ପୂର୍ବ ବର୍ଷ ଏହା ଇନ୍ଦୋର ମଧ୍ୟପ୍ରଦେଶ ରେ ପାଳନ କରାଯାଇଥିଲା ।
ଏହାର ମୂଳ ଲକ୍ଷ ହେଲା ଯେଉଁମାନେ ଭାରତୀୟ ବଶାଂନୁଭବ ବିଦେଶ ରେ ଯାଇ ବସବାସ କରୁଛନ୍ତି,ବ୍ୟବସାୟ କରୁଛିନ୍ତି ,ଚାକିରି କରିଛନ୍ତି,ସେମାନେ ନିଜ ଦେଶ ,ନିଜ ରାଜ୍ଯ,ନିଜ ଜନ୍ମ ମାଟିକୁ ଭୁଲନ୍ତୁ ନାହିଁ।ନିଜ ଦେଶ ,ରାଜ୍ଯ,ଜନ୍ମ ମାଟିପାଇଂ ସହଯୋଗ ର ହାତବଢାଇ ସହାୟତା ପ୍ରଦାନ କରାନ୍ତୁ ଏବଂ ନିଜ ମାଟି “ମା” ର ଉନ୍ନତି ପ୍ରଗତି ଓ ସମୃଦ୍ଧି ର ବାସ୍ନା କୁ ଅନୁଭବ କରି ନିଜ ରାଜ୍ଯ ବା ଦେଶର ଗୌରବ କୁ ବଜାୟ ରଖନ୍ତୁ ।ସରକାରକଂ କାର୍ଯ୍ୟସୂଚୀ ଅନୁସାରେ ଆମଦାନୀ ଓ ରପ୍ତାନୀର ବ୍ୟବସାୟିକ ଫାଇଦା ଦେଶ ପାଇଁ ଅତ୍ୟନ୍ତ ଆବଶ୍ଯକ ଏହା ପ୍ରବାସୀ ଭାରତୀୟମାନଙ୍କୁ ଅବଗତ କରାଇ ଏହି ଦିବସ ଟି ପାଳନ କରାଯାଉଅଛି ।

No Result
View All Result