No Result
View All Result
୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି |ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ,
ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ| ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା

No Result
View All Result