No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ସୋରଡା ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ର ବେଲପା ନାଳ ଉପରେ ନିର୍ମାଣ ଧିନ ସେତୁର କାର୍ଯ୍ୟ ଦୀର୍ଘ ଚାରିବର୍ଷ ହେବ ମନ୍ଥର ଗତିରେ ଚାଲୁଥିବାରୁ ଏ ନେଇ ଛଅ ଦିନହେଲା ସୋରଡା ସରପଞ୍ଚ ଫକୀର ମୋହନ ସାହୁ ଏବଂ ସମିତି ସଭ୍ୟ ଙ୍କ ସମେତ ଅଞ୍ଚଳ ବାସି ଆମରଣ ଅନଶନ ରେ ବସିଥିଲେ।
ଆଜି ଘଟଣା ସ୍ଥଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭୁବନେଶ୍ୱର ମଣ୍ଡଳ ଅଶୋକ କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ସୌଭାଗ୍ୟ କୁମାର ଦାସ,ସହକାରୀ ଯନ୍ତ୍ରୀ ହିତାଞ୍ଜଳୀ ପଣ୍ଡା , ତହସିଲଦାର ହେମନ୍ତ କୁମାର ନାୟକ , ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା ଆଇ ଆଇ ସି ଶରତ ଚନ୍ଦ୍ର ସେଠୀ ପ୍ରମୁଖ ପହଞ୍ଚି ଧାରଣ ରେ ବସିଥିବା ଜନ ପ୍ରତିନିଧି ଏବଂ ଲୋକମାନଙ୍କ ସହ ଆଲୋଚନା କରି ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣା ପଡ଼ିଛି।

No Result
View All Result