0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଜାତୀୟ ରାଜପଥ ନଂ ୫୭ ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ରାସ୍ତାର ବେଲେପା ନଦୀ ଉପରେ ନିର୍ମାଣାଧୀନ ସେତୁ କାମ ଅର୍ଦ୍ଧନିର୍ମିତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ରହିଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନ ଏହି କାର୍ଯ୍ୟ କଛପ ଗତିରେ ଚାଲିଛି। କେବେ ଶେଷ ହେବ ତାର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା କିମ୍ବା ଅବଧିକୁ ଅଣଦେଖା କରି ଠିକା ସଂସ୍ଥା ମନଇଚ୍ଛା କାମ କରୁଛି। ବିଭାଗୀୟ ଅଧିକାରୀ ମାନେ ଏହି ସଂସ୍ଥା ସହ ମିଳିମିଶି କାମରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଚାରି ବର୍ଷରୁ ଉର୍ଦ୍ଧ ସମୟ ବିଳମ୍ବ କରି କାମକୁ ଅଧା ଖଣ୍ଡିଆ କରି ପକାଇଛି। ଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ୨୦ ଖଣ୍ଡ ଗାଁର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ବିଶେଷ କରି ରୋଗୀ ମାନେ ଜଗନ୍ନାଥ ପ୍ରସାଦ ଡାକ୍ତରଖାନାକୁ ଆସିବାକୁ ସମସ୍ୟା ହେଉଛି। ରୋଗୀ ବୁହା ଆମ୍ବୁଲାନ୍ସ, ଗର୍ଭବତୀ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉନାହିଁ। ଦୈନଦିନ ହାଇସ୍କୁଲ ଓ କଲେଜ ପିଲା ମାନେ ନଦୀ ପାଣି ରେ ପାର ହୋଇ ଆସୁଛନ୍ତି। ଏହାର ପ୍ରତିବାଦ କରି ଗ୍ରାମବାସୀ ମାନେ ନିର୍ମାଣଧିନ୍ ସେତୁ ନିକଟରେ ଗଣ ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ କରିଛନ୍ତି। ଏ ସମସ୍ୟା ସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ସହ ଏ ସମସ୍ୟାକୁ ନେଇ ତିନିତିନି ଥର ୫୭ ନମ୍ବର ଜାତୀୟ ରାଜପଥ ଛାତ୍ର ଛାତ୍ରୀ , ଅଭିଭାବକ ଅଂଚଳ ବାସୀ ଅବରୋଧ କରିଥିଲେ ମଧ୍ୟ ଅଦ୍ୟାବଧି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ ଆଜି ସୋରଡା ଅଞ୍ଚଳବାସୀ ତରଫରୁ ଗଣଧାରଣା ଦିଆଯାଇଛି।

ଏ ସମସ୍ୟା ସମ୍ପର୍କରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଥିଲେ। ବିଭାଗୀୟ ମନ୍ତ୍ରୀ ତୁରନ୍ତ ନିର୍ମାଣ କାର୍ଯ ସରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନାହିଁ। ଯାହା ଫଳରେ ଅଞ୍ଚଳବାସୀ ବାଧ୍ୟହୋଇ ସୋରଡା ସରପଞ୍ଚ ଫକୀର ମୋହନ ସାହୁ ତତ୍ତ୍ଵାବଧାନରେ ଶତାଧିକ ଲୋକ ଗଣଧରଣlରେ ବସିଛନ୍ତି l ଖବର ପାଇ ଘଟଣା ସ୍ଥଳରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ଥାନl ଆଇ. ଆଇ. ସି ଶରତ ଚନ୍ଦ୍ର ସେଠୀ,ବିଭାଗୀୟ ଯନ୍ତ୍ରୀ ହିତାଞ୍ଜଲି ପଣ୍ଡା ପହଞ୍ଚି ଲୋକମାନଙ୍କୁ ବୁଝାବୁଝି କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିଥିବା ଦେଖିବାକୁ ମିଳୁଛି ।