No Result
View All Result
୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ମହିପୁର ସି ଏଚ ସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଭିତ୍ତିଭୂମି, ଆର୍ଥିକ ଅନୁଦାନର ସୁ ବିନିଯୋଗ ,
ରୋଗୀ ମାନେ କିପରି ଉନ୍ନତ ମାନର ଚିକିତ୍ସା ପାଇବେ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକ ରେ ବିଡ଼ିଓ ଅମୃତ କୁମାର ରାଉଳ ଉପସ୍ଥିତ ଥିବା ବେଳେ ବୈଠକ କୁ ପରିଚାଳନା କରିଥିଲେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ପ୍ରଧାନ । ଏହି ବୈଠକ ରେ ରୋଗୀ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।
No Result
View All Result