ବାଚସ୍ପତି ସୁରୁମା ପାଢ଼ୀ ଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଅଦିନିଆ ବର୍ଷା ରେ ଚାଷ କ୍ଷୟକ୍ଷତି ଆକଳନ କଲେ l ତୁରନ୍ତ ସହାୟତା ପାଇଁ ଜିଲ୍ଲା ପାଳ ଙ୍କୁ ନିର୍ଦେଶ ଦେଇଥିଲେ l
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରବିବାର ଅଦିନିଆ ବର୍ଷା ରେ ରଣପୁର ବ୍ଲକ ବ୍ୟାପକ ଧାନ ଚାଷ କ୍ଷୟକ୍ଷତି ଆକଳନ ଓ ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସକାଳ ୧୧ ଟା ରେ ରଣପୁର ରେ ପହଞ୍ଚି ଚାଷୀ ସହିତ ଆଲୋଚନା କରିବା ସହିତ କ୍ଷୟକ୍ଷତି ଆକଳନ କରି ମଧ୍ୟାହ୍ନ ୧୨.୩୦ ଫେରିଛନ୍ତି l
ତାଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବାଚସ୍ପତି ସୁରୁମା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ l ପୂର୍ବନିର୍ଧାରିତ ସମୟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସକାଳ ୧୧ ଘଣ୍ଟିକା ସମୟରେ ରଣପୁର ଏନ. ଏସି ସ୍ଥିତ ନଡ଼ିଆଭଙ୍ଗା ଅସ୍ଥାୟୀ ହେଲିପ୍ୟାଡ଼ ପଡିଆ ଠାରେ ହେଲିକ୍ୟାପର ଯୋଗେ ଅବତରଣ କରିଥିଲେ l
ପରେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରୁମା ପାଢ଼ୀ ଓ ଦଳୀୟ କର୍ମକର୍ତା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ l ପୂବରୁ ସେଠାର ଉପସ୍ଥିତ ଥିବା ଶହ ଶହ ସଂଖ୍ୟା ରେ ଚାଷୀ ମୁଖ୍ୟମନ୍ତ୍ରୀ ଙ୍କ ସହିତ କଥା ହେବା ସହ ଚାଷୀ ସାଙ୍ଗ ରେ ଆଣିଥିବା ଗଜା ଧାନ ଙ୍କୁ ଦେଖିଥିଲେ l
ଏବଂ ସେଠାରୁ ସତନ୍ତ୍ର କ୍ୟାରଗେଡ଼ ଯୋଗ ମୁଖ୍ୟମନ୍ତ୍ରୀ ବାହାରି ପ୍ରାୟ 10କିମି ଦୂର ରଣପୁର ବ୍ଲକ ର କାଣ୍ଡପଡା ପଞ୍ଚାୟତ ରେ ପହଞ୍ଚି ଶହ ଶହ ହେକ୍ଟର ଚାଷ ଜମି ଅଦିନିଆ ବର୍ଷା ରେ ବିଲ ରେ ପଡି ନଷ୍ଟ ହୋଇଯାଇଥିବା ପଚା ଧାନକ୍ଷେତ ଦେଖିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିବା ସହ ନିଜେ ଚାଷ ଜମି ଭିତରେ କୁ ଯାଇ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ l
ବିଲ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ଓ ବାଚସ୍ପତି ଚାଷୀ ମାନଙ୍କ କଥା ହୋଇ କ୍ଷୟକ୍ଷତି ଆକଳନ କରି ସମସ୍ୟା ପଚାରି ବୁଝିଥିଲେ l ଏବଂ ଏକ ଚାଷୀ ସମାବେଶ ରେ ଉପସ୍ଥିତ ଥିବା ଶହ ଶହ ଚାଷୀ ମାନଙ୍କ ସହିତ ଆଲୋଚନା କରିବା ସହିତ