• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏ ସରକାର କଟନି ଛଟନି ସରକାର’ ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ : କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି

Proprietor Abhimanyu Maharana by Proprietor Abhimanyu Maharana
December 29, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଏ ସରକାର କଟନି ଛଟନି ସରକାର’ ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ : କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି
Share on FacebookShare on TwitterWhatsapp

ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ 

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :->  ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା।

ନବୀନ ସରକାର ସମୟରେ ଚାଷୀଙ୍କ ପାଇଁ ପ୍ରଶାସନ ତତ୍ପର ରହୁଥିଲା। ମୋହନ ସରକାର ଚାଷୀଙ୍କୁ ହତାଦର କରୁଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ଜିଲ୍ଲାର ୧୭୦୨ ଗାଁରେ ଆଜି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଫକ୍ୟୁମାନ ନାଁରେ ସରକାର ଚାଷୀଙ୍କ ସହ ଛଳନା କରାଯାଉଛି। ଦରଦାମବୃଦ୍ଧି ବିରୁଦ୍ଧରେ ଲଢେଇ ହେବ ବୋଲି କହିଥିଲେ। ଲୋକଙ୍କ ହୃଦୟରୁ ନବୀନ ଛାପ ହଟାଇ ପାରିବେ ନାହିଁ ବୋଲି କହିଥିଲେ। ଚାଷୀକୂଳ ପ୍ରତି ଭାରତୀୟ ଜନତା ପାର୍ଟିର ବୈମାତୃକ ମନୋଭାବ ବିରୁଦ୍ଧରେ ଜୋରଦାର ଲଢେ଼ଇ ହେବ ବୋଲି ଭାପୁର ବ୍ଲକ ଉପାଧ୍ୟକ୍ଷ କହିଥିଲେ। ଇରାନୀ ରାୟ ତାଙ୍କ ବକ୍ତବ୍ୟରେ ଭୀମ ବଳ କୁନ୍ତିଙ୍କୁ ଜଣା ବୋଲି କହିଥିଲେ। ମୁଁ ସେ ଦଳରେ ଥିଲି, ସେ ଦଳ କଣ ମୁଁ ଠିକ ଜାଣିଛି ବୋଲି କହିଥିଲେ।

ରଣପୁର ପୂର୍ବତନ ବିଧାୟକ ଚାଷୀଙ୍କ ପାଇଁ ଲଢେଇ ବଜାୟ ରହିବ ବୋଲି କହିଥିଲେ। ଅମଳ ହୋଇଥିବା ଧାନ ମଣ୍ଡିକୁ ଚାଷୀ ଧାନ ଆଣି ପାରୁ ନଥିବା ବେଳେ ବିଲରେ ପଡ଼ିଥିବା ଧାନ ଗଜା ହେଲାଣି ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ଏ ସରକାର କଟନି ଛଟିନ ସରକାର। ସବୁ ଯୋଜନାରେ ସେ କଟନି ଛଟନି ଆରମ୍ଭ କରିଛନ୍ତି। ଯାହା ପ୍ରତିଶ୍ରୁତି ଦେଇଥିଲେ, ସବୁଥିରେ କଟନି ଛଟନି କରିଛନ୍ତି ବୋଲି ବିଧାୟକ କହିଥିଲେ। ମନ୍ତ୍ରୀ ବାଇଗଣ ୪ ଟଙ୍କାରେ ମିଳୁଛି କହି ଓଡ଼ିଶା ବାସୀଙ୍କୁ ତାତ୍ସଲ୍ୟ କରୁଛନ୍ତି। ଗଞ୍ଜେଇ ଗାଡ଼ି ଧରା ହେଲେ ଏ ସରକାର ପଲିଟିକାଲ ପ୍ରେସର ପକାଇ ଛଡ଼ାଇ ଦେଉଛନ୍ତି, କିନ୍ତୁ ବର୍ଷାକୁ ପଲିଟିକାଲ ପ୍ରେସର ପକାଇ ପାରିବେ ନାହିଁ।

ନଭେମ୍ବର ଓ ଡିସେମ୍ବର ମାସରେ ବର୍ଷା ହେବା ଅସ୍ବାଭାବିକ। ରାଜ୍ୟକୁ ଅମଙ୍ଗଳ ପଡ଼ିଲେ, ଏଭଳି ହେବ ବୋଲି ନୟାଗଡ଼ ବିଧାୟକ କହିଥିଲେ। ଦଲାଲମାନେ ଚାଷୀଙ୍କଠାରୁ ୧୯ ଶହ ଟଙ୍କାରେ ଧାନ କିଣି ନେଲେଣି। ଜିଲ୍ଳାର ଏଯାଏଁ ମଣ୍ଡି ଆରମ୍ଭ ହୋଇନି ବୋଲି ନୟାଗଡ଼ ବିଧାୟକ କହିଥିଲେ। ଆଜିଠାରୁ ଆନ୍ଦୋଳନ ଆରମ୍ଭ। ତୁରନ୍ତ ସର୍ଭେ କରି କ୍ଷତି ପୂରଣ ଦିଅ। ଯଦି ଖେଳିବ, ତେବେ ଚାଷୀକୁଳ ରାଜ ରାସ୍ତାରେ ଖେଳ କରିବେ। ୨୦୨୫ ବର୍ଷ ହେଉଛି ଲଢେଇର ବର୍ଷ ବୋଲି ବିଧାୟକ କହିଥିଲେ। ଡବଲ ଇଞ୍ଜିନ, ଡବଲ ଶୋଷଣ, ଡବଲ କଷଣ ବୋଲି ବିଧାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପକ୍ଷାଧ୍ୟ ଗୁରୁପ୍ରସାଦ ଜେନା, ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନି, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ସୁବାସ ଚନ୍ଦ୍ର କହଁର, ହରିଶ୍ଚନ୍ଦ୍ର ଜାନୀ, ବସନ୍ତ କୁମାର ପ୍ରଧାନ, ସଂଯୁକ୍ତା ପଢିଆରୀ, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସତ୍ୟଭାମା ନାୟକ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା,

ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜେଡି ଛାତ୍ର ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଶହ ଶହ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ। ପଠାଣି ସାମନ୍ତ ଅଡିଟୋରିୟମଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

May 14, 2026
ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

ମା’ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version