No Result
View All Result
୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସ ସମାପନ ହୋଇଛି।ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ୍ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ଏବଂ ଗୋଡିସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଗୋଡିସାହି କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୦୭ ରନ କରିଥିବା ବେଳେ ଜବାବରେ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ୯ ଓଭର ୩ ଟି ବଲ୍ ରେ ମ୍ୟାଚ୍ ଟି ଜିତିଯାଇଥିଲା।
ଦ୍ଵିତୀୟ ମ୍ୟାଚ୍ ଟି ସିନ୍ଦୂରିଆ କ୍ରିକେଟ୍ ଟିମ୍ ସହ ଖାଲମଡା ମା ବାଗଦେଵୀ କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥଲା। ମା ବାଗଦେଵୀ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଇଭରରେ ୮୪ ରନ କରିଥିବା ବେଳେ ସିନ୍ଦୂରିଆ କ୍ରିକେଟ୍ ଟିମ୍ ୯ ଓଭରରେ ମ୍ୟାଚ୍ ଟି ଜିତିଯାଇଥିଲା। ତୁଷାର ପରିଡ଼ା ଧୂଆଁଧାର ୩୪ ରନ ଏବଂ ୫ ଟି ଉଇକେଟ୍ ନେଇଥିବା ସତ୍ତ୍ୱେ ମା ବାଗଦେବୀ କ୍ରିକେଟ୍ ଟିମ୍ କୁ ଜିତାଇବାରେ ଅସଫଳ ହେଇଥିଲେ ।
କ୍ୱାଟର ଫାଇନାଲ ରେ ସିନ୍ଦୂରିଆ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୫୫ ରନ କରିଥିବା ବେଳେ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ୫ ଓଭର ୪ ଟି ବଲରେ ମ୍ୟାଚ୍ ଟି ଜିତି ଦ୍ଵିତୀୟ ଟିମ୍ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି।ଆଜିର ମ୍ୟାଚ୍ ରେ ଅତିଥି ଭାବେ ଶିକ୍ଷକ ତଥା ପୂର୍ବତନ କ୍ୟାପଟେନ ସୋମନାଥ ପରିଡ଼ା ଯୋଗଦେଇଥିଲେ।ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ନିତୁନ୍ ପରିଡ଼ା , ବବୁଲ ପରିଡ଼ା,ଗତି ପରିଡ଼ା ଏବଂ ସୁମନ ସାହୁ।
No Result
View All Result