No Result
View All Result
୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ବ୍ଲକ :-> ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଯକ୍ଷ୍ମା ରୋଗୀ ଚିହ୍ନଟ କାର୍ଯ୍ୟକ୍ରମରେ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା 31 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀମାନେ ଘର କୁ ଘର ବୁଲି ଯକ୍ଷ୍ମା ରୋଗୀ ଚିହ୍ନଟ କାରିବେ। ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ବାଇଶ ଗୋଟି ଦଳ ଗଠନ କରାଯାଇଛି । ପ୍ରତିଟି ଦଳ ସାତ ଶହରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଗ୍ରାମକୁ ଯାଈ ଯକ୍ଷ୍ମା ରୋଗୀ ଚିହ୍ନଟ କରିବେ।
ଦୀର୍ଘ ଦିନ ଧରି ଜ୍ଵର ଲାଗି ରହିବା, ଓଜନ କମିଯିବା, ଦୁଇ ସପ୍ତାହରେ ଅଧିକ ଦିନ ଧରି କାଶ ଲାଗି ରହିବା, ଛାତିରେ ଯନ୍ତ୍ରଣା ହେବା ଓ କଫରେ ରକ୍ତ ପଡିବା ଏ ସବୁ ଲକ୍ଷ୍ୟନ ଥିଲେ ତୁରନ୍ତ କଫ ପରୀକ୍ଷା କରାଜିବ । ସ୍ୱାସ୍ଥ୍ୟ ବିଭାଗର ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ,ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ,ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ,ମମତା ମିଶ୍ର, ଭରତ ବେହେରା,ଜୟନ୍ତୀ ଜେନା , ରାଧେଶ୍ୟାମ ପ୍ରଧାନ,ଗୁଣନିଧି ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା ତଦାରଖ କରିବେ।
No Result
View All Result