No Result
View All Result
୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମ ମାନପୁର ପଡ଼ିଆରେ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍ ଗବନଳ କ୍ରିକେଟ୍ ଟିମ୍ ସହ ଦଶପଲ୍ଲା ପାଟପୁର ପାଟଣା କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିଲା । ଗବନଳ କ୍ରିକେଟ୍ ଟିମ୍ ୧୦ ଓଭରରେ ୯ ଉଇକେଟ୍ ହରାଇ ୧୨୯ ରନ କରିଥିଲା । ଜବାବରେ ପାଟପୁର ପାଟଣା କ୍ରିକେଟ୍ ଟିମ୍ ୧୦ ଓଭରରେ ୯ ଉଇକେଟ୍ ହରାଇ ୭୩ ରନ କରି ମ୍ୟାଚ୍ ରେ ପରାସ୍ତ ହୋଇଥିଲା ।
ଦ୍ଵିତୀୟ ମ୍ୟାଚ୍ ରେ ନୂଆଗାଁ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ୍ ହରାଇ ୬୯ ରନ କରିଥିବା ବେଳେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ୭ ଉଇକେଟ୍ ହରାଇ ୮ ଓଭରରେ ମ୍ୟାଚ୍ ଟି ଜିତିଯାଇଥିଲା । କ୍ୱାଟର ଫାଇନାଲ ମ୍ୟାଚ ରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୫ ଉଇକେଟ୍ ହରାଇ ୮୦ ରନ କରିଥିବା ବେଳେ ଗବନଳ କ୍ରିକେଟ୍ ଟିମ୍ ୧୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୫୭ ରନ କରି ମ୍ୟାଚରେ ପରାଜୟ ହୋଇଥଲା ।
ଏହା ସହିତ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ସେମିଫାଇନାଲ ରେ ପ୍ରବେଶ କରିଛି।ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ, ଜାକେଡା ସରପଞ୍ଚଙ୍କ ପ୍ରତିନିଧି ବୁଲୁ ମଳିକ,ଯୁବ ସମାଜ ସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଜାନୀ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଆଜିର ମ୍ୟାଚ୍ ନିତୁନ ପରିଡା, ବିଜୟ ପରିଡ଼ା ,ଶ୍ରୀଧର ପରିଡା, କାହାଂ ଖିଲାର ପରିଚାଳନା କରିଥିବା ବେଳେ ଆଙ୍କର ବିଭୂତି ଭୂଷଣ ପରିଡ଼ା, ସ୍କୋର ବୋର୍ଡ ରାଜ କିଶୋର ପରିଡ଼ା ଏବଂ ମା ବାଗଦେବୀ କ୍ରିକେଟ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
No Result
View All Result