No Result
View All Result
୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଉପଖଣ୍ଡ ଚିକିତ୍ସାଳୟ, ହିଞ୍ଜିଳିକାଟୁ ପକ୍ଷରୁ ସୋମବାର ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଟିମ୍ ଗ୍ରାମ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଚ୍ଛାତ୍ର ଛାତ୍ରୀଙ୍କୁ ନେଇ ସ୍ବଚ୍ଛ ଭାରତ ମିଶନର ଆଭିମୁଖ୍ୟ ଓ ଏହାର ଉପଯୋଗୀତା ବିଷୟରେ ପରାମର୍ଶ ଦେବା ସହ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛତା ରଖିବା,ପ୍ରଦୂଷଣ ମୁକ୍ତ ଗାଁ ଲାଗି ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ସମ୍ପୃକ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ପ୍ଲାକାର୍ଡ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।
ନିଜ ଶରୀରକୁ ସୁସ୍ଥ ଓ ସ୍ଵାସ୍ଥ୍ୟ ସଚେତନତାର ଆବଶ୍ୟକକୁ ଉପଯୋଗ କରିବା ପାଇଁ ହାତ ଧୁଆ ପଦ୍ଧତି,ଦାନ୍ତର ଉପଯୁକ୍ତ ଯତ୍ନ ନେବା ସଂମ୍ପର୍କରେ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ପରେ ଏକ ଦନ୍ତ ଚିକିତ୍ସା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବ୍ୟସ୍ତ ବହୁକ ଦୁନିଆରେ ପରିବେଶ ସୁରକ୍ଷା, ଉତ୍ତମ ଚରିତ୍ର,ସୁସ୍ଥ ଖାଦ୍ୟ ଓ ନିରୋଗ ଶରୀର ନିମନ୍ତେ ଚିନି,ଲୁଣ ଓ ତେଲ ଯୁକ୍ତ ଖାଦ୍ୟ କମ ଖାଇବା ନିମନ୍ତେ ଅଧୀକ୍ଷକ ଡ଼ାକ୍ତର ସାହୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଡ଼ାକ୍ତର ସନ୍ତୋଷ କୁମାର ଷଢ଼ଙ୍ଗୀ,ଡ଼ାକ୍ତର ତାପସ ସିଆଲ, ଚିକିତ୍ସାଳୟ ପରିଚାଳକ ମହେଶ୍ୱତା ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ବେହେରା, ଶିକ୍ଷକ ଲଡୁ କିଶୋର ଗୌଡ଼,ଫାର୍ମାସିଷ୍ଟ ସାଗର ସାହୁ, ସଫେଇ ସୁପର ଭାଇଜର ଅଶେଷ ବେହେରା, ସଫେଇ ଦିଦି ଓ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ ।
No Result
View All Result