No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶବରପଲି ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି , ଏହି ଶୁଣାଣିରେ ମୋଟ 33 ଗୋଟି ଅଭିଯୋଗ ଆସିଥିବା ବେଳେ 4ଟି ବ୍ୟକ୍ତିଗତ ଅଭିଯୋଗ ଓ 29 ଟି ସାମୁହିକ ଅଭିଯୋଗ ଥିଲା,ଏବଂ ଜମିହୀନ ଲୋକଙ୍କୁ 17 ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ,
ଏହି ଶୁଣାଣିର ମୁଖ୍ୟ ଅଭିଯୋଗ ଗୁଡିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ, ଅଂଚଳ ଥିବା ରାସ୍ତା, ପାନୀୟଜଳ, ନେଟୱାର୍କ ସମସ୍ୟା ଇତ୍ୟାଦି । ତେବେ ଏଗୁଡିକ ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା । ଏହି ଅଭିଯୋଗ ଶୁଣାଣିରେ ଏସପି ଜିତେନ୍ଦ୍ର ନାଥ ପଣ୍ଡା, ପିଏଆଇଟିଡିଏ ଅଶୁଂମାନ ମହାପାତ୍ର, ସିଡିଏମ୍ ମହମ୍ମଦ ଅଲ୍ଲୀ, ସ୍ଥାନୀୟ ଫୁଲମଣି ରଇତ, ସ୍ଥାନୀୟ ବ୍ଳକର ବିଡିଓ ଲରିମନ ଖର୍ସେଲ,
ତହସିଲିଦାର ଜ୍ୟୋତିମୟ ଦାସ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଶୁଣାଣିରେ ଯୋଗଦେଇଥିଲେ । ଅଭିଯୋଗ ପୂର୍ବରୁ ଶବରପ୍ଲୋଲି ଗ୍ରାମରେ ବୁଲିବୁଲି ଲୋକଙ୍କ ପାନୀୟଜଳ, ଭତ୍ତା, ଆବାସଗୃହ ଏବଂ ଅନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଶ୍ରୀ ପଚାରିବୁଝିଥିଲେ । ପଞ୍ଚାୟତ ବିଭିନ୍ନ ଗ୍ରାମର ଆବାସଗୃହକୁ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ପଞ୍ଚାୟତର ପିଇଓ ଅପିତା ରାଣୀ ଦାସ ପରିଚାଳନା କରିଥିଲେ ।
No Result
View All Result