No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା ;-> ଖୋର୍ଦ୍ଧା – ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବୁଗୁଡ଼ା କଲୋନୀ ଆଦିବାସୀ ଗ୍ରାମର କ୍ଷତିଗ୍ରସ୍ତ ହେଉଥିବା ଶତାଧିକ ଏକର ଅଧିକୃତ ଜଙ୍ଗଲଜମି ଉପରେ ରେଳ ପ୍ରକଳ୍ପ ଯାଉଥିବାବେଳେ ବୁଗୁଡ଼ା କଲୋନୀର ୫୦ ଗୋଟି ଆଦିବାସୀ ପରିବାର ଏହାର ଦୃଢ଼ ବିରୋଧ କରିଛନ୍ତି। ଅତୀତରେ ଏହି ପ୍ରକଳ୍ପ ବିରୋଧରେ ୭ ମାସ ଧରି ଧାରଣା ଦେବା ପରେ ପ୍ରଶାସନ ଏହି ଆଦିବାସୀ ପରିବାର ମାନଙ୍କୁ ଜମିର ସତ୍ୱାଧିକାର ପ୍ରଦାନ କରିଥିଲେ ।
କିନ୍ତୁ ଏବେ ପ୍ରକଳ୍ପର ଅଗ୍ରଗତି ନିମନ୍ତେ ଗରିବ ନିରୀହ ଆଦିବାସୀ ମାନଙ୍କ ଯେନତେନ ପ୍ରକାରେଣ ଜମି ଅଧିଗ୍ରହଣ କରିବାକୁ ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ତହସିଲଦାର ମହୋଦୟ ରେଳ ପ୍ରକଳ୍ପ ଯିବା ପାଇଁ ଜମି ଛାଡିବା ପାଇଁ ଗ୍ରାମବାସୀଙ୍କୁ କହିଥିଲେ ।
କିନ୍ତୁ ଗ୍ରାମବାସୀ ଉପଯୁକ୍ତ କ୍ଷତି ପୂରଣ ନ ପାଇବା ପର୍ଯ୍ୟନ୍ତ ଇଞ୍ଚେ ବି ଜାଗା ଛାଡ଼ିବେ ନାହିଁ ବୋଲି ଦୃଢ ଦାବି ଉପସ୍ଥାପନ କରିଥିଲେ ଏବଂ ଏହା ସହିତ ଲିଖିତ ଭାବରେ ସମସ୍ତ କାଗଜାଦ୍ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଆଜିର ଏହି ବୈଠକରେ ତହସିଲଦାରଙ୍କ ସମେତ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ,ବ୍ଲକ ମଙ୍ଗଳ ଅଧିକାରୀ,ସହକାରୀ ଯନ୍ତ୍ରୀ , ଭୁ – ଅର୍ଜନ ଅଧିକାରୀ ଙ୍କ ସମେତ ବ୍ଲକ କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ ।ଶେଷରେ କୌଣସି ନିଷ୍କର୍ଷ ନ ବାହାରିବା ଯୋଗୁଁ ବୈଠକ ଅଧାରେ ସ୍ଥଗିତ ରହିଥିଲା ।
No Result
View All Result