No Result
View All Result
୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ହେଉଥିବା ଗଜପତି ଉତ୍ସବ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଉତ୍ସବର ପୋଷ୍ଟର ଉନ୍ମଚନ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଅନୁପ ପଣ୍ଡା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି, ଶ୍ରୀ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ,

ଶ୍ରୀ ନାରାୟଣ ବେହେରା,ତହସିଲଦାର ପାରଳାଖେମୁଣ୍ଡି ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଗଜପତି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଓ ସଂଯୋଜକ ଉପସ୍ଥିତ ଥିଲେ । ଏହି ପୋଷ୍ଟର ମାଧ୍ଯମରେ ଜିଲ୍ଲାର ଜନସାଧାରଣଙ୍କୁ ଗଜପତି ଉତ୍ସବ ନିମନ୍ତେ ସଚେତନତା କରାଯିବ । ସେହିପରି ଗଜପତି ଉତ୍ସବ ପାଳନ ନିମନ୍ତେ ଏକ ସଚେତନତା ରଥକୁ ମଧ୍ଯ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାରେ ସମସ୍ତ ବ୍ଲକ୍ ସ୍ତରରେ ଗ୍ରସ୍ତ କରି ଗଜପତି ଉତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉପଲକ୍ଷେ ସଚେତନତା ସୃଷ୍ଟି କରାଯିବ ।

ଆସନ୍ତା ଡ଼ିସେମ୍ବର ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ମହୋତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଜିଲ୍ଲାର ଲୋକ କଳା,ସଂସ୍କୃତି, ସାହିତ୍ୟ,ପରମ୍ପରା ଓ ଭାଇଚାରାର ମାଟି ଗଜପତିରେ ଅନୁଷ୍ଠିତ ହେବ । ସେହିପରି ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଗଜପତି ମହୋତ୍ସବରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ପ୍ରଦର୍ଶନ କରିବେ । ଏତଦ୍ ବ୍ୟତୀତ ଜିଲ୍ଲାରେ ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷୀ ଜାତ ଦ୍ରବ୍ୟ, ହସ୍ତତନ୍ତ୍ର ସାମଗ୍ରୀ ଓ ସଉରା ଚିତ୍ରକଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତି ସାମଗ୍ରୀ ଗୁଡିକର ବିକ୍ରି ଓ ପ୍ରଦର୍ଶନୀ କରାଯିବ ।
No Result
View All Result