No Result
View All Result
୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ କିମ୍ଭିରିପଡାସ୍ଥିତ ବରିଷ୍ଠ ନାଗରିକ ଆବାସ ସେବାଶ୍ରମ,ବିଶ୍ୱଜୀବନ ସେବା ସଙ୍ଘ ଠାରେ ବାଣପୁର ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମେରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅlନ୍ତର୍ଜାତିକ ମାନସିକ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ବିଚାରପତି ମାନସିକ ଅନଗ୍ରସର,
ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ l ବରିଷ୍ଟ ନାଗରିକ ମାନେ ସମାଜର ମୁଖ୍ୟ ଏବଂ ସେମାନଙ୍କ ଅବଦାନ ସମାଜରେ ଅତୁଳନୀୟ ବୋଲି କହିଥିଲେ l ବିଭିନ୍ନ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା କରାଯାଉଥିବାର ଅଭିଯୋଗ ହେଉଥିବାବେଳେ ଏହାର ପ୍ରତିକାର ପାଇଁ ସମ୍ବିଧାନରେ ଥିବା ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ଅନ୍ତେବାସୀଙ୍କୁ ବୁଝାଇଥିଲେ l ଏହା ସହିତ ଯଦି କୌଣସି ମାନସିକ ଅନଗ୍ରସର ,
ବରିଷ୍ଠ ନାଗରିକ ବାସୀମାନେ ସରକାରୀ ସହାୟତା ତଥା ଆଇନଗତ ଅଧିକାରୀରୁ ବଞ୍ଚିତ ହୁଅନ୍ତି ତେବେ ସେ ବରିଷ୍ଠ ଆବାସ ଗୃହର ପରିଚାଳକଙ୍କ ଜରିଆରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାଇବେ ବୋଲି କହିଥିଲେ ବିଚାରପତି l ଅନ୍ତେବାସୀ, ମାନସିକ ଅନଗ୍ରସରଙ୍କ ଅସୁବିଧାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘର ସମ୍ପାଦକ ରଞ୍ଜନ କୁମାର ବେଦମତା ,ଆଇନଜୀବି ଅଶୋକ ପାଇକରାୟ, ସମାଜସେବୀ ସୁକାନ୍ତ ବିଶ୍ୱାଳ ଯୋଗ ଦେଇଥିଲେ l ବାଣପୁର କୋର୍ଟ କର୍ମଚାରି,ବିଶ୍ୱ ଜୀବନ ସେବା ସଙ୍ଘର ମ୍ୟାନେଜର ଜୟ କୃଷ୍ଣ ପଟ୍ଟନାୟକ ସହଯୋଗ କରିଥିଲେ l ପରିଶେଷରେ ବାଣପୁର ଓକିଲ ସଂଘର ଉପସଭାପତି ରାମ ଚନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result