ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମିଗାଁ ପଞ୍ଚାୟତର ଝାମିଗାଁ ଗ୍ରାମର ପଡ଼ାଲା ଭବାନୀ ନିଜ ଶାଶୁ-ଶ୍ୱଶୁରଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହେବା ସହ ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ପ୍ରାୟ ୧୦ ମାସ ପୂର୍ବରୁ ପଡ଼ାଲା ଭବାନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିନଥିବାରୁ ସେ ବିଧବା ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଶାଶୁ-ଶ୍ୱଶୁର ମୃତ୍ୟୁ ପ୍ରମାଣପତ୍ର ଦେଉନଥିବାରୁ ସେ ଅସୁବିଧାରେ ପଡ଼ିଛନ୍ତି ।















