୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଚାଲୁଥିବା ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ଼ ରେଲ ମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନ ଏବଂ ଟ୍ରେନରେ ସ୍ୱତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଏବଂ ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା । ଏହି ସ୍ୱତନ୍ତ୍ର ଟିକେଟ୍ ଅଭିଯାନ ସମୟରେ, ସଂରକ୍ଷିତ/ଅଣସଂରକ୍ଷିତ କୋଚରେ ଯାତ୍ରା କରୁଥିବା ଅନଧିକୃତ ଯାତ୍ରୀଙ୍କ ବିରୋଧରେ ରେଳବାଇ କାର୍ଯ୍ୟର ନିୟମ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 
















