No Result
View All Result
ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ।
୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ସଦରସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଅଶାନ୍ତ ବଳୟ ମଧ୍ୟରେ ଗତି କରୁଅଛି । ଫଳ ସ୍ୱରୂପ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାର କୋଠରୀ ମଧ୍ୟକୁ ଆପେଆପେ ଠେଲି ହୋଇ ଯାଉଥିବାର ଗନ୍ଧ ବେଶ ବାରି ହେଉଛି।ଏଠାରେ କାର୍ଯ୍ୟରତ କଲେଜ ଅଧକ୍ଷାଙ୍କ ମନମାନିରେ ବୃଦ୍ଧି ପାଉଛି, ଛାତ୍ରଛାତ୍ରୀ ଅସନ୍ତୋଷ ହୋଇପଡିଛନ୍ତି । କେତେକ ମୌଳିକ ସୁବିଧା ଗୁଡିକରୁ କଲେଜ ଛାତ୍ରଛାତ୍ରୀ ବଂଚିତ ହେଉଥିବା ଶୁଣିବାକୁ ମିଳିଛି ।
ପରୀକ୍ଷା ସମୟରେ ରୁମରେ ବିଦ୍ୟୁତର ଅଭାବିକରଣ ହେତୁ ଅଧ୍ୟୟନରତ ଛାତ୍ରଛାତ୍ରୀ ପରୀକ୍ଷା ଆଦି ଦେବାରେ ଘୋରବାଧକ ହେଉଅଛି। ସେହିପରି ପାନୀୟ ଜଳର ଵ୍ୟଵସ୍ଥାରେ ଜାଣିଶୁଣି ଆଳ ଦେଖାଇ ବିଦ୍ୟୁତ ସରବରାହକୁ ମନୁଷ୍ୟକୃତ ରେ ବିଛିର୍ଣ୍ଣ କରାଯାଉଛି । ଏପରିକି ପରୀକ୍ଷା ଫିସକୁ ବର୍ଦ୍ଧିତ କରାଯାଇ ଛାତ୍ରଛାତ୍ରୀମାନଙ୍କଠାରୁ ମନ ମାନିରେ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।ସାଇକେଲ ଷ୍ଟାଣ୍ଡ , ପରିଶ୍ରାଗାର ଓ ପାନୀୟ ଜଳ ଭଳି ଅତି ଆଵଶ୍ୟକୀୟ ମୌଳିକ ସୁବିଧାରୁ ଛାତ୍ରଛାତ୍ରୀମାନଙ୍କୁ ଖୁଲୁମ ଖୁଲା ବଂଚିତ କରାଯାଉଛି।
ଅଧକ୍ଷା ନିଜ ବିଭାଗ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀମାନଙ୍କୁ ନିଜ କାର୍ଯ୍ୟାଳୟସ୍ଥିତ ଏସି ରୁମରେ ପରୀକ୍ଷା କରାଉଥିବା ବେଳେ ଅନ୍ୟ ବିଭାଗ ଗୁଡିକର ପରୀକ୍ଷାର୍ଥୀ ମାନେ ବିନା ବିଦ୍ୟୁତ ପଙ୍ଖାରେ ଅସହ୍ୟ ଗୁଳୁଗୁଳିରେ ପରୀକ୍ଷା ଦେଇ ନିଜର ଅସନ୍ତୋଷକୁ ପ୍ରକାଶ କରିଛନ୍ତି । ତେବେ ଅସହ୍ୟ ଗୁଳୁଗୁଳିରେ ପରୀକ୍ଷା ଦେବାକୁନେଇ କେତେକ ଛାତ୍ର ଅସନ୍ତୋଷ ପ୍ରକାଶ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ସବୁ ମୌଳିକ ସୁବିଧାରୁ ବଂଚିତ ହୋଇ ଛାତ୍ରଛାତ୍ରୀମାନେ ଅଧକ୍ଷାକୁ ଏ ସମ୍ପର୍କରେ ଜଣାଇବାରୁ ପ୍ରତିବଦଳରେ କଲେଜରୁ ବିଦାୟ କରିଦିଆ ଯିବାର ଧମକ ମୁଳୁଛି ବୋଲି ଅଭିଯୋଗ ହେଉଅଛି ।
ତେବେ କଲେଜରେ ତାଲା ପଡ଼ିବାକୁ ନେଇ ସ୍ଥାନୀୟ ତହସିଲଦାର ନିବେଦିତା ପରିଡା ଓ ଆଇଆଇସି ସ୍ନିଗ୍ଧାମୟୀ ବରାଳ ପ୍ରମୁଖ ଅଧକ୍ଷା ସଂଯୁକ୍ତା ମିଶ୍ରଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଗେଟରୁ ତାଲା ଖୋଲି ଫେରିଛନ୍ତି।ତେବେ ରୁଦ୍ଧଦ୍ଵାର ବୈଠକରେ କଣ ଆଲୋଚନା ହୋଇଛି,ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଅଛି । ତେବେ ସେ ଯାହା ହେଉନା କାହିଁକି କଲେଜ ଅଧକ୍ଷା ଓ କଲେଜ ପରିଚାଳନା କମିଟିର “ତୁ ତୁ ମେ ମେ” ହେତୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କେଉଁ ଆଡକୁ ବୋଲି ସ୍ଥାନୀୟ ବୁଦ୍ଧିଜୀବି ଓ ଶିକ୍ଷାବିତ ମାନେ ଗଭୀର ଚିନ୍ତା ପ୍ରକଟ ସହିତ ଏହି ଶୀତଳ ଯୁଦ୍ଧର ଅନ୍ତ କେବେ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ।
No Result
View All Result