No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଚଳିତ ଦୁର୍ଗା ପୂଜାରେ ବିଙ୍ଗୋ! ତେଢେମେଢେ ବେଙ୍ଗଲି ରକ୍ ସଂଗୀତର ଗୋରବାବହ ୫୦ ବର୍ଷକୁ ହାର୍ଦ୍ଦିକ ସମ୍ମାନ ପ୍ରଦର୍ଶନ କରୁଛି । ବ୍ରାଣ୍ଡ୍ ‘ରକାନଞ୍ଜଳି’ ସଂଗୀତ ଉନ୍ମୋଚନ କରିଛି, ଯାହା ବିଶିଷ୍ଟ ବେଙ୍ଗଲି ରକ୍ସଂଗୀତଜ୍ଞ ସିଦ୍ଧାର୍ଥ ଶଙ୍କର ରୟ (ସିଧୁ) ଏବଂ କାକ୍ଟସର ଅଭିଜିତ ବର୍ମନ (ପୋତା), ଲଖିଚାରାର ଗୋରବ ଚାଟାର୍ଜୀ (ଗାବୁ) ଏବଂ ଚନ୍ଦ୍ରବିନ୍ଦୁର ଅନିନ୍ଦ୍ୟ ଚାଟାର୍ଜୀ ଦ୍ୱାରା ରଚନା ଏବଂ ପ୍ରଦର୍ଶିତ ହୋଇଛି । ବିଙ୍ଗୋ! ତେଢେ ମେଢେର ଏହି ସଂଗୀତ ଆଧାରିତ ସମ୍ମାନ କେବଳ ବେଙ୍ଗଲି ରକ୍ର ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରୁନାହିଁ, ତାହାସହିତ ବନ୍ଧୁତ୍ୱ ଓ ପ୍ରେମ ବନ୍ଧନର ଶକ୍ତି ସମ୍ପର୍କରେ ଆଲୋକପାତ କରୁଛି, ଏହାର ବିଷୟବସ୍ତୁ ଦୁର୍ଗାପୂଜାର ମହତ୍ୱ ସହିତ ନିବିଡ ଭାବରେ ସାମଞ୍ଜସ୍ୟ ରଖୁଛି । ‘ରକାନଞ୍ଜଳି’ ସଂଗୀତ ବେଙ୍ଗଲି ରକ୍ର ସାରମର୍ମକୁ ଧରି ରଖିଛି, ସେହି ସମୟରେ ନୂଆ ପିଢିର ସଂଗୀତ ପ୍ରେମୀଙ୍କୁ ପ୍ରେରଣା ଦେଉଛି । ଏହା ବେଙ୍ଗଲି କଳା ଓ ସଂସ୍କୃତି ଉପରେ ଯୁଗ ପରେ ଯୁଗ ପଡିଥିବା ଅଶେଷ ପ୍ରଭାବକୁ ସମ୍ମାନ ଜଣାଉଛି ଏବଂ ବିଗତ ୫୦ ବର୍ଷକୁ ଶକ୍ତିଶାଳୀ ଢଙ୍ଗରେ ପ୍ରତିଫଳିତ କରୁଛି ।
ସେମାନଙ୍କର ମୂଳ ଗ୍ରାହକଙ୍କୁ ପ୍ରେରଣା ଦେବା ଏବଂ ସେମାନଙ୍କ ସହିତ ଯୋଡିହେବା ପ୍ରୟାସରେ ବିଙ୍ଗୋ! ତେଢେମେଢେ ମଧ୍ୟ ‘ରକାନଞ୍ଜଳି’ ପ୍ରତିଯୋଗିତା ଆରମ୍ଭ କରିଛି, ଯାହା ଯୁବ ପ୍ରତିଭାସମ୍ପନ୍ନ ସଂଗୀତକାରଙ୍କୁ ଦୁର୍ଗାପୂଜା ସମୟରେ ସେମାନଙ୍କ କୋଶଳ ପ୍ରଦର୍ଶନ କରିବା ଏବଂ ବେଙ୍ଗଲି ରକ୍ର ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରିବାକୁ ଏକ ମଞ୍ଚ ଯୋଗାଇ ଦେଉଛି । ଏହି ପ୍ରତିଯୋଗିତା ନିମନ୍ତେ କଲକାତାର ବିଭିନ୍ନ କଲେଜରୁ ୧୨୦ରୁ ଅଧିକ ଛାତ୍ର ଛାତ୍ରୀଙ୍କର ଆବେଦନ ହସ୍ତଗତ ହୋଇଛି, ସମସ୍ତେ ଶ୍ରେଷ୍ଠ ୧୫ ବ୍ୟାଣ୍ଡ୍ ମଧ୍ୟରେ ସ୍ଥାନ ପାଇବାକୁ ସୁଯୋଗ ହାସଲ କରିବା ନିମନ୍ତେ କଡା ପ୍ରତିଯୋଗିତା କରୁଛନ୍ତି । ଏହି ଫାଇନାଲିଷ୍ଟମାନେ ପାର୍ବଣ ସମୟରେ ମହାନଗରର କେତେକ ସବୁଠାରୁ ପ୍ରମୁଖ ଦୁର୍ଗା ପୂଜା ପେଣ୍ଡାଲରେ ପ୍ରଦର୍ଶନ କରିବେ, ଯାହା ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ସେମାନଙ୍କୁ ଜୀବଦ୍ଦଶା ମଧ୍ୟରେ ଥରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ପ୍ରଥମ ଥର ପାଇଁ କଲକାତା ‘ରକାନଞ୍ଜଳିପୂଜୋ ଟୁର୍’ର ଅଂଶ ଭାବରେ ‘କନସର୍ଟ ଅନ୍ ହ୍ୱିଲ୍ସ୍’ର ଅନୁଭୂତି ଲାଭକରିବ ।
ଚତୁର୍ଥୀରୁ ନବମୀ ପର୍ଯ୍ୟନ୍ତ କ୍ରମାଗତ ଛଅଦିନ ଧରି କାର୍ଯ୍ୟକ୍ରମ ଅବସରରେ ଏହି ଟୁର୍ ମହାନଗରର ପ୍ରସିଦ୍ଧ ଛଅଟି ଦୁର୍ଗା ପୂଜା ପେଣ୍ଡାଲକୁ ଗସ୍ତ କରି ବାଙ୍ଗଲା ରକ୍ର ଶକ୍ତିକୁ ଦୂର ଦୂରାନ୍ତରେ ପ୍ରଚାର ପ୍ରସାର କରିବ । ଏହି ଥିମ୍ ସଂଗୀତ ସମ୍ପର୍କରେ ପ୍ରକାଶ କରି ଶ୍ରୀ ସୁରେଶ ଚାନ୍ଦ, ଭିପି ଓ ହେଡ୍ ମାର୍କେଟିଂ, ସ୍ନାକ୍ସ, ନୁଡଲ୍ସ ଏବଂ ପାସ୍ତା, ଆଇଟିସି ଫୁଡ୍ସ୍ କହିଛନ୍ତି, “ରକାନଞ୍ଜଳି ସହିତ, ବିଙ୍ଗୋ! ତେଢେମେଢେ ଚଳିତ ଦୁର୍ଗା ପୂଜା ନିମନ୍ତେ ବାସ୍ତବରେ କିଛି ସ୍ୱତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି । ଆମର ସଂଗୀତ ବେଙ୍ଗଲି ରକ୍ ସଂଗୀତର ସମୃଦ୍ଧ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ସେହି ସମୟରେ ଯୁବ, ଉଦୀୟମାନ ପ୍ରତିଭାଙ୍କୁ ଚମକିବା ସକାଶେ ଏକ ମଞ୍ଚ ଯୋଗାଇ ଦେଉଛି । ରକାଞ୍ଜଳି ପୂଜୋ ଟୁର୍ ଏବଂ ପ୍ରତିଯୋଗିତା ଜରିଆରେ, ବିଙ୍ଗୋ! ତେଢେମେଢେ କଲକାତାର ସର୍ବାଧିକ ଆଇକନିକ ପାର୍ବଣ ସମୟରେ ଯୁବବର୍ଗଙ୍କ ସହିତ ଯୋଡିହେବା ଏବଂ ପରବର୍ତ୍ତୀ ପିଢିର ରକ୍ଷ୍ଟାରଙ୍କ ପୃଷ୍ଠପୋଷକତା କରିବା ନେଇ ଉଲ୍ଲସିତ ଅଛି ।”
ବିଶିଷ୍ଟ କଣ୍ଠ ଶିଳ୍ପୀ ଏବଂ ସଂଗୀତକାର ଚନ୍ଦ୍ରବିନ୍ଦୁର ଅନିନ୍ଦ୍ୟ ଚାଟାର୍ଜୀ କହିଛନ୍ତି, “ବେଙ୍ଗଲି ରକ୍ ସର୍ବଦା ଆମ ଜନସାଧାରଣଙ୍କ ଗଭୀରତମ ଭାବପ୍ରବଣତା- ଆମ ସଂଗ୍ରାମ, ଆମର ଆନନ୍ଦ, ଆମ ବନ୍ଧୁତ୍ୱ ସମ୍ପର୍କରେ ପରିପ୍ରକାଶ କରିଆସିଛି । ରକାଞ୍ଜଳି ସଂଗୀତ ବିଙ୍ଗୋ! ତେଢେମେଢେ ସହଯୋଗୀତାରେ ସୃଷ୍ଟି କରାଯାଇଛି ଯାହା ବେଙ୍ଗଲି ରକ୍ ଏବଂ ଏହାକୁ ୫୦ ବର୍ଷ ଧରି ଜୀବନ୍ତ ରଖିଆସିଥିବା ପ୍ରଶଂସକମାନଙ୍କ ପ୍ରତି ଏକ ସମ୍ମାନ ପ୍ରଦର୍ଶନ ହୋଇଛି । ଏତେ ସଂଖ୍ୟକ ଆଇକନିକ କଣ୍ଠଶିଳ୍ପୀଙ୍କ ସହିତ ଏହି ପ୍ରକଳ୍ପର ଅଂଶବିଶେଷ ହେବା ଗୋରବର ବିଷୟ ।” ସଂଗୀତ, ସଂସ୍କୃତି ଏବଂ ପ୍ରତିଯୋଗିତାକୁ ସମ୍ମିଶ୍ରିତ କରି ବିଙ୍ଗୋ! ତେଢେମେଢେର ରକାଞ୍ଜଳି ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବାକୁ ଯାଉଛି ଯାହା ମହାନଗରର ସାଂସ୍କୃତିକ ମୂଳାଧାର ସହିତ ମେଳଖାଇବ ଏବଂ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟିକରିବ । ଏହି ସଂଗୀତ ପରବର୍ତ୍ତୀ ପିଢିର ସଂଗୀତଶିଳ୍ପଙ୍କ ପାଇଁ ଏକ ପ୍ରବେଶଦ୍ୱାର ଭାବରେ ସେବା ଯୋଗାଇବ ଏବଂ ବାଙ୍ଗ୍ଲାର ଭବିଷ୍ୟତ ରକ୍ ଷ୍ଟାରଙ୍କ ପାଇଁ ଏକ ମଞ୍ଚ ସଜାଇବ ।
No Result
View All Result