• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୀଠ ପରିଷଦ – ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାର ଦ୍ବିତୀୟ ବାର୍ଷିକ ମହୋତ୍ସବ

Proprietor Abhimanyu Maharana by Proprietor Abhimanyu Maharana
October 5, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପୀଠ ପରିଷଦ – ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାର ଦ୍ବିତୀୟ ବାର୍ଷିକ ମହୋତ୍ସବ
Share on FacebookShare on TwitterWhatsapp

୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ଵୀପ/ଗୋବର୍ଦ୍ଧନ ମଠ :-> ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ୍ୱର ସନାତନ ଧର୍ମର ସର୍ବୋଚ୍ଚ ଗୁରୁ ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ କରକମଳରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ୧୯୯୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ବିରାଟ ଉଦ୍ଦେଶ୍ୟର ପୂର୍ତ୍ତି ପାଇଁ ପୂଜ୍ୟଶ୍ରୀଙ୍କ ଶୁଭାଶୀର୍ବାଦ ଲାଭ କରି ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ପବିତ୍ର ମହାଳୟା ତିଥିରେ ଇଂ ତା-୨୫.୦୯.୨୦୨୨ ମସିହାରେ ଉଦଘାଟିତ ହୋଇଥିଲା ।

ପାରାଦ୍ଵୀପ ଶାଖାର ଦ୍ବିତୀୟ ବାର୍ଷିକ ମହୋତ୍ସବ ପବିତ୍ର ମହାଳୟା ତିଥିରେ ଇଂ ତା-୦୨.୧୦.୨୦୨୪ରେ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ଆଦିତ୍ୟ ବାହିନୀ ପାରାଦ୍ଵୀପ ଶାଖା ତରଫରୁ ପାରାଦ୍ଵୀପ ପୋର୍ଟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନିଳାଭ୍ର ଦାସଗୁପ୍ତା ମହୋଦୟଙ୍କୁ ଉଦଘାଟକ ଭାବେ ପାଇ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଉତ୍ସାହ ଉଦ୍ଦୀପନା ସହିତ ପ୍ରସ୍ତୁତି କରିଥିଲା । ଗୋବର୍ଦ୍ଧନ ମଠ ପୁରୀର ବ୍ରହ୍ମଚାରୀ ସୂୟେଶ୍ ପ୍ରଶାନ୍ତ ଜୀଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମ ପ୍ରାତଃ ସମୟରେ ପ୍ରଭାତଫେରି କରାଯାଇ ପାରାଦ୍ଵୀପର କପିଳମୁନି ଆଶ୍ରମରେ ଏକ ବୈଠକ ଓ ସଫେଇ କାର୍ଯ୍ୟ ପରିଷଦ – ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖାର ମିଳିତ ଉଦ୍ୟମରେ ଶୁଭାରମ୍ଭ କରଯାଇଥିଲା ।

ଆଶ୍ରମରେ ଥିବା ସେବକମାନଙ୍କୁ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଆଦିତ୍ୟ ବାହିନୀରେ ଯୋଡି ହେବାକୁ ଅନୁରୋଧ କରାଯାଇଥିଲା । ଗୋବର୍ଦ୍ଧନ ମଠର ସମସ୍ତ ଅତିଥି ପାରାଦ୍ଵୀପ ପୋର୍ଟ ପରିଦର୍ଶନ କରି ଜାହଜର ପଣ୍ୟ ବୋଝେଇ ଓ ଖଲାସ ଏଵଂ ବନ୍ଦର ବିଷୟରେ ପାରାଦ୍ଵୀପ ପୋର୍ଟର ବରିଷ୍ଠ ଜାହାଜଚାଳକ କ୍ୟାପଟେନ ସଞ୍ଜମ ଦାଶ ମହୋଦୟଙ୍କ ଠାରୁ ସମ୍ୟକ୍ ଧାରଣା ପାଇ ଖୁସି ବ୍ୟକ୍ତ କରିଥିଲେ। ପ୍ରଥମେ ହନୁମାନ ଚାଳିଶା ପାଠ କରାଯାଇ ହରିକୀର୍ତ୍ତନ ସହ ଝାଞ୍ଜଖୋଳ ମୃଦଙ୍ଗର ଏକ ଭାବମୟ ପରିବେଶରେ ଅତିଥିମାନଙ୍କୁ ସଭାମଞ୍ଚକୁ ସ୍ବାଗତ କରାଯାଇଥିଲା । ଗୋବର୍ଦ୍ଧନ ମଠ, ପୁରୀରୁ ଓଡିଶାର ପ୍ରାନ୍ତୀୟ ଅଧ୍ୟକ୍ଷ ପଣ୍ଡିତ ଶ୍ରୀ ମାତୃପ୍ରସାଦ ମିଶ୍ର ମହୋଦୟ-ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ-ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଶ୍ରୀମନ ମିଶ୍ର- ଉପଯାତାୟାତ ଅଧିକାରୀ ପାରାଦ୍ଵୀପ ପୋର୍ଟ, ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକ- ସଭାପତି ସାଇ ସମିତି, ବ୍ରହ୍ମଚାରୀ ଶୂୟେଶ ପ୍ରଶାନ୍ତ ଜୀ-ପ୍ରାନ୍ତୀୟ ଉପାଧ୍ୟକ୍ଷ ଓଡିଶା, ଶ୍ରୀଯୁକ୍ତ ସତ୍ୟଜିତ ଵେଜ – ପ୍ରାନ୍ତୀୟ ମହାସଚିବ, ଓଡିଶା ଯୋଗ ଦେଇଥିଲେ ।

ଏଵଂ ଗୋବର୍ଦ୍ଧନ ପୀଠର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଲିଙ୍ଗରାଜ ପତି – କ୍ଷେତ୍ରୀୟ ସଂପାଦକ କଟକ, ଶ୍ରୀଯୁକ୍ତ ବାହୁବଳେନ୍ଦ୍ର ମଲ୍ଲିକ- କ୍ଷେତ୍ରୀୟ ସଂପାଦକ ଜଗତସିଂହ ପୁର, କୋରାପୁଟ ଜିଲ୍ଲାର କ୍ଷେତ୍ରୀୟ ସଂପାଦକ ଶ୍ରୀଯୁକ୍ତ ସାଗର ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁରେଶ ଚୌଧୁରୀ ଆଦି ଗଣ୍ୟମାନ୍ୟ ମହାନୁଭବ ସାମିଲ ହୋଇଥିଲେ । ଶ୍ରୀଯୁକ୍ତ ନିଳାଭ୍ର ଦାସଗୁପ୍ତା, ଉପାଧ୍ୟକ୍ଷ ପାରାଦ୍ଵୀପ ପୋର୍ଟ କିଛି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆସିବାକୁ ଅସମର୍ଥ ହେବାରୁ ପଣ୍ଡିତ ଶ୍ରୀ ମାତୃପ୍ରସାଦ ମିଶ୍ର ମହୋଦୟ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଅର୍ପଣ କରି ସମ୍ବର୍ଦ୍ଧିତ କରିସାରିବା ପରେ ଜୟଘୋଷ କରି ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା । ଆଦିତ୍ୟ ବାହିନୀ ଜଗତସିଂହପୁର କ୍ଷେତ୍ରୀୟ ସଂପାଦକ ଶ୍ରୀଯୁକ୍ତ ବାହୁଵଳେନ୍ଦ୍ର ମଲ୍ଲିକ ମହୋଦୟ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରିବା ପରେ ପାରାଦ୍ଵୀପ ଶାଖାର ସଚିବ ଶ୍ରୀଯୁକ୍ତ ଶ୍ରୀକୁମାର ରାଜଗୁରୁ ମହାପାତ୍ର ସ୍ବାଗତ ଭାଷଣ ଓ ପାରାଦ୍ଵୀପ ଶାଖାର ଦ୍ୱାରା ୨୦୨୩/୨୪ ବର୍ଷରେ କରାଯାଇଥିବା ସାମାଜିକ ପ୍ରକଳ୍ପ ଓ ଆର୍ଥିକ ହିସାବର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ଏହାପରେ ଆଦିତ୍ୟ ବାହିନୀ କଟକର କ୍ଷେତ୍ରୀୟ ସଂପାଦକ ଶ୍ରୀଯୁକ୍ତ ଲିଙ୍ଗରାଜ ପତି ମଞ୍ଚ ପରିଚାଳନା କରିଥିଲେ । ଆଦିତ୍ୟ ବାହିନୀ ଓଡ଼ିଶାର ପ୍ରାନ୍ତୀୟ ମହାସଚିବ ଶ୍ରୀଯୁକ୍ତ ସତ୍ୟଜିତ ଵେଜ ଶ୍ରୀମଦ୍ ଜଗଦଗୁରୁଙ୍କ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପ୍ରତି ପରିବାର ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିଵା ପାଇଁ ଦିନକୁ ୧ ଟଙ୍କା ଓ ୧ ଘଣ୍ଟା ସମୟ ଦେବାକୁ ଆହ୍ୱାନ କରିଥିଲେ । ଶ୍ରୀମଦ୍ ଜଗଡଗୁରୁଙ୍କ କୃପାପାତ୍ର ଶିଷ୍ୟ ବ୍ରହ୍ମଚାରୀ ଶୁୟେଶ ପ୍ରଶାନ୍ତ ଜୀ ତଥା ଆଦିତ୍ୟ ବାହିନୀ ଓଡ଼ିଶା ଶାଖାର ପ୍ରାନ୍ତୀୟ ଉପାଧ୍ୟକ୍ଷ “ହର ହିନ୍ଦୁ ସେନା ହୋ, ହର ହିନ୍ଦୁ ସନାତନୀ ହୋ” ଉପରେ ଗୁରୁତ୍ବ ଦେଇଥିଲେ। ଦେଶର ସୁରକ୍ଷା ଓ ସଂସ୍କୃତିକୁ ରକ୍ଷା କରିବାକୁ ହେଲେ ଏହି ଅଭିଯାନକୁ ସାକାର କରିବାକୁ ହେବ । ଚୟନ, ପ୍ରଶିକ୍ଷଣ ଓ ନିୟୋଜନ ମାଧ୍ୟମରେ ଆମେମାନେ ନିଜକୁ ଗଢି ତୋଳିବା ପାଇଁ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମଦ୍ ଜଗଦଗୁରୁଙ୍କ ଅନ୍ୟତମ ପ୍ରିୟ ଶିଷ୍ୟ ତଥା ପ୍ରାକ୍ତନ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ଓ ଦ୍ବିତୀୟ ବାର୍ଷିକ ମହୋତ୍ସବର ମୁଖ୍ୟବକ୍ତା ଆଦିତ୍ୟ ବାହିନୀ ସଂଗଠନକୁ ଶ୍ରୀମଦ୍ ଜଗଦଗୁରୁଙ୍କ ମାନସ ସନ୍ତାନ ବୋଲି ସମ୍ବୋଧନ କରିଥିଲେ । ତେଣୁ ଏହାର କର୍ମକର୍ତ୍ତା ଏକ ପରିବାର ସଦୃଶ।ସମସ୍ତ ବୁଦ୍ଧିଜିବୀ ଆଦିତ୍ୟ ବାହିନୀର ସଂରକ୍ଷଣ କରି ପୀଠ ପରିଷଦର ଅନ୍ତର୍ଭୁକ୍ତ ହୋଇଥାନ୍ତି ।

ପୀଠ ପରିଷଦର ଅନ୍ତର୍ଗତ ଆଦିତ୍ୟ ବାହିନୀ ପୁରୁଷମାନଙ୍କ ସଂଗଠନ ଓ ଆନନ୍ଦ ବାହିନୀ ମାତୃଶକ୍ତିମାନଙ୍କ ସଙ୍ଗଠନ ।ସେହିପରି କୁନି ପିଲାମାନଙ୍କୁ ନେଇ ବାଲ ଆଦିତ୍ୟ ବାହିନୀ ଓ ବାଲ ଆନନ୍ଦ ବାହିନୀ ଗଠନ କରି ଏକ ଭବିଷ୍ୟ ପିଢ଼ି ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ। ଆମେ ସମସ୍ତେ ସନାତନି ବୈଦିକ ହିନ୍ଦୁ ।ଶ୍ରୀମଦ୍ ନାରାୟଣଙ୍କ ଠାରୁ ଆରମ୍ଭ କରି ଆଦି ଶଙ୍କରାଚାର୍ଯ୍ୟ ଓ ବର୍ତ୍ତମାନର ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ନାରାୟଣ ପରମ୍ପରା ତାହା ସନାତନ ଓ ସର୍ବ ପ୍ରାଚୀନ ଧର୍ମ ।ସନାତନ ଓ ବୈଦିକ ସମାନାର୍ଥକ ଶବ୍ଦ। ଖ୍ରୀଷ୍ଟିଆନ, ମୁସଲମାନ ଓ ଅନ୍ୟ ସମସ୍ତ ମତ ବହୁ ପରେ ସୃଷ୍ଟି ହୋଇଛି। ସମସ୍ତଙ୍କର ପୁର୍ବଜ ହିନ୍ଦୁ ବା ସନାତନ ଅଟେ। ତେଣୁ ସମସ୍ତଙ୍କୁ ନିଜ ମୂଳ ଧର୍ମକୁ ଫେରିବାକୁ ସେ ଆହ୍ୱାନ କରିଥଲେ। ସମସ୍ତେ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ସହିତ ଯୋଡି ହୋଇ ଆମର ପୂଜ୍ୟ ଜଗଦଗୁରୁଙ୍କ ଅଭିଯାନକୁ ତ୍ବରାନ୍ବିତ କରିବାକୁ ଉତ୍ସାହିତ କରିଥିଲେ।

ଏଵଂ ଶ୍ରୀମଦ୍ ଜଗଦଗୁରୁଙ୍କ ସଂକଳ୍ପରେ ଏହା ସାଢେ଼ ତିନି ବର୍ଷରେ ପୂରଣ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ। ସଂକଳ୍ପର ୨ ବର୍ଷରୁ ଅଧିକ ସମୟ ବ୍ୟତୀତ ହୋଇଗଲାଣି । ଆଉ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମଦ୍ ଜଗଦଗୁରୁଙ୍କ ସଙ୍କଳ୍ପ ପୁର୍ଣ୍ଣ ରୂପ ନେବାକୁ ଯାଉଛି ।ଆମେ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଏହି ଅଭିଯାନରେ ଭାଗ ନେବାକୁ ଇଚ୍ଛାବ୍ୟକ୍ତ କରିଥିଲେ । ଏହାପରେ ଶ୍ରୀଯୁକ୍ତ ଗଣେଶ ମହାସୁଆର ପୁରୀ ଶ୍ରୀମନ୍ଦିରର ଅଙ୍ଗ ସେବକ ଶ୍ରୀଜଗନ୍ନାଥ ମନ୍ଦିରର ମାହାତ୍ମ୍ୟ ଓ ବିଶେଷତା ଉପରେ ଏକ ସୁନ୍ଦର ଟିପ୍ପଣୀ ଦେଇଥିଲେ। ପଣ୍ଡିତ ଶ୍ରୀ ମାତୃପ୍ରାସାଦ ମିଶ୍ର ଯେ କି ଏହି ମଞ୍ଚର ପରାମର୍ଶଦାତା, ସମସ୍ତଂକ ଦୃଷ୍ଟି ଆକର୍ଷଣର ବିନ୍ଦୁ ଓ ମୁଖ୍ୟ ଅତିଥି ନିଜର ଓଜସ୍ୱୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଆଦିତ୍ୟ ବାହିନୀର ଅଭିଯାନ ଓ ସମସ୍ତ ପୁରାଣ ଶାସ୍ତ୍ର ଉପରେ ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ ।ବିଶେଷ କରି ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ପଢିବାକୁ ସେ ଅନୁରୋଧ କରିଥିଲେ ।

ମଞ୍ଚରେ ଓ ଶ୍ରୋତାଙ୍କୁ ସନାତନ ଧର୍ମର କାଳ ଗଣନା କିପରି କରାଯାଏ ତାକୁ ମଧ୍ୟ ଏହି ସ୍ୱଳ୍ପ ସମୟ ଭିତରେ ଜଣାଇଥିଲେ । ଏକ ଭାବମୟ ଓ ପ୍ରେମମୟ ପରିବେଶରେ ତାଙ୍କର ବକ୍ତବ୍ୟକୁ ବିରାମ ଦେଇଥିଲେ ଓ ପାରାଦ୍ଵୀପ ଶାଖା ପୀଠ ପରିଷଦର ବରିଷ୍ଠ କର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଣ୍ଡା ମହୋଦୟଙ୍କ ଦ୍ଵାରା ରଚିତ “ମୋ ଅନୁଭୁତିରେ ଜଗନ୍ନାଥ” ପୁସ୍ତକଟିକୁ ଉନ୍ମୋଚନ କରି ତାଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ ଅତିଥି ତଥା ବରିଷ୍ଠ ସାଇ ସେବକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକଙ୍କୁ ମଧ୍ୟ ଦେଶସେବା ଓ ମାନବସେବା ପାଇଁ ଆଦିତ୍ୟ ବାହିନୀ ତରଫରୁ ସମ୍ମାନିତ କରାଯାଇଥିଲା। ଶେଷରେ ପୀଠ ପରିଷଦ – ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଶତପଥୀ ମଞ୍ଚରେ ଉପସ୍ଥିତ ଥିବା ପ୍ରତ୍ୟେକ ଅତିଥିଙ୍କୁ ଏକ ଏକ ମହାଦ୍ରୁମ ଭାବେ ସମ୍ବୋଧିତ କରି ଆଭାର ବ୍ୟକ୍ତ କରିଥିଲେ ଓ ସଭାର ପରିସମାପ୍ତି ଘୋଷଣା କରିଥିଲେ ।

ଏହାପରେ ଅତିଥିମାନଙ୍କୁ ବିଦାୟ କରି ପାରାଦ୍ଵୀପର ପ୍ରାୟ ସମସ୍ତ ଆଧ୍ୟାତ୍ମିକ ଅନୁଷ୍ଠାନ ଭଜନ ସମାରୋହରେ ଭାଗ ନେଇଥିଲେ । ଏଥିରେ ପ୍ରାଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ, ଆର୍ଟ ଅଫ ଲିଭିଙ୍ଗ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସମିତି, ସାଇ ସମିତି ଓ ଶ୍ରୀଜଗନ୍ନାଥ ଭଜନ ମଣ୍ଡଳୀ ଭଜନ ପରିବେଷଣ କରି ଆମର ଐକବଦ୍ଧତାକୁ ଓ ସମସ୍ତ ସନତାନି ଗୋଟିଏ ପରିବାର ସଦୃଶ ଓ ଦରକାର ପଡିଲେ ଏକ ସଙ୍ଗେ ସନାତନ ଧର୍ମର ସୁରକ୍ଷା ଦେଇପାରିବାର ଭାବନା ସୃଷ୍ଟି କରିଥିଲେ । ଏଵଂ ଶେଷରେ ସମସ୍ତେ ଏକାଠି ବସି ପୁରୀ ଶ୍ରୀମନ୍ଦିରର ଅବଢ଼ା ପ୍ରସାଦ ସେବନ କରିଥିଲେ । ଦ୍ବିତୀୟ ବାର୍ଷିକ ମହୋତ୍ସବରେ ସେବା ପ୍ରଦାନ କରିଥିବା ପୀଠ ପରିଷଦ – ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଆଚାର୍ଯ୍ୟ, ଶ୍ରୀଯୁକ୍ତ ଜ୍ୟୋତିରଂଜନ ପଣ୍ଡା, ଶ୍ରୀଯୁକ୍ତ ସଞ୍ଚିତ କୁମାର ବିଶ୍ବାଳ, ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକ, ଶ୍ରୀଯୁକ୍ତ ଅଟଳ ବିହାରୀ ତରାଇ ତଥା ସମସ୍ତ ସହଯୋଗୀଙ୍କୁ ପାରାଦ୍ଵୀପ ଶାଖାର ସଚିବ ଶ୍ରୀଯୁକ୍ତ ଶ୍ରୀକୁମାର ରାଜଗୁରୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ସାଧୁବାଦ ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version