No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପରିସଦ ସଭାପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ରାଷ୍ଟ୍ରୀୟ ପୋଷଣ ମାସ ସମସ୍ତ ବ୍ଲକ, ପଞ୍ଚାୟତ ଓ ଅଙ୍ଗନବାଡି ସ୍ତରରେ ଆୟୋଜନ ହେଇଛି ବୋଲି ସୂଚନା ଦେଇଥିଲେ। ଜିଲ୍ଲା ପୁଷ୍ଟି ପରିଚାଳକ ସୁନିଲ କୁମାର ବେହେରା ଓ ପୋଷଣ ସଂଯୋଜକ ଆଲିନ ଇପ୍ସିତା ସିଂ ମାସେ ବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଜିଲ୍ଲାପରିଷଦ ସଭାପତି ସମାଜରୁ କୁପୋଷଣ ଦୂରେଇବା ପାଇଁ ମା’ ଓ ଶିଶୁଙ୍କ ପୋଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଶୋକ କୁମାର ଭୋଇ ICDS କର୍ମୀ ମାନଙ୍କର କ୍ଷେତ୍ର ପରିଦର୍ଶନକୁ ବଢେଇବା ସହ ପୋଷଣ ମାସର ଅଭିଯାନକୁ କେବଳ ଗୋଟିଏ ମାସ ଭିତରେ ସୀମିତ ନରଖି ଏହାକୁ ବର୍ଷସାରା ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ ,ଏଥିସହ ଭଲ କର୍ମୀ ମାନଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ର ଆବଶ୍ୟକତାକୁ ମଧ୍ୟ ଆଲୋକପାତ କରିଥିଲେ। ମିଳୁଥିବା ପାଷ୍ଟଫୁଡ୍ ପ୍ରତି ପିଲାଙ୍କ ଆଗ୍ରହକୁ କମାଇ ପୁଷ୍ଟିକର ଖାଦ୍ୟ ଦେବାକୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ରୁ ଆସିଥିବା ADPHO ଶୌଚାଳୟ ର ବ୍ୟବହାର କୃମିନସକ ବାଟିକା ସେବନ ଓ ରକ୍ତହୀନତା ଦୂରୀକରଣ ନିମନ୍ତେ ଆଞ୍ଚଳିକ ପନିପରିବା ଖାଇବା ସହ ଆଇରନ ବଟିକାର ଉପକାରିତା ସମନ୍ଧ ରେ ନିଜର ମତ ରଖିଥିଲେ।
ଆକ୍ସନଏଡ୍ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମକୁ ସୁପରିଚାଳନା ସହ ପୋଷଣ ର ଜିଲ୍ଲା ସଂଯୋଜିକା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ମମତା ସଂଯୋଜକ ସମ୍ବିତ ହୋତା,ପରିସଂଖ୍ୟାନ ସହାହିକା ସରିତା ଦାସ, ଓ ସହାୟକ ପବିତ୍ର କୁମାର ସାହୁ ଜିଲ୍ଲା ସଂଯୋଜକ ସହାୟକ,ମମତା ସୂର୍ୟ ନାରାୟଣ ସାହୁ,ଜିଲ୍ଲା ସଂଯୋଜକ ସହାୟକ ସନ୍ତୋଷ ବେହେରା ଏବଂ CMAM ସଂଯୋଜକ ସୁଦୀପ୍ତ ପ୍ରଧାନ ସୁଶାନ୍ତ ପ୍ରଧାନ ଏବଂ ଜୀବନ ବଚନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ପୋଷଣ ମାସ ଅବସରରେ ସୁନ୍ଦର ସୁସ୍ଥ ଶିଶୁ ପ୍ରତିଯୋଗୀ, ଚିତ୍ରାଙ୍କନ ପ୍ରତିଯୋଗୀ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତୁମୁଡ଼ିବନ୍ଧ ପ୍ରକଳ୍ପ କୁ କଳା ଓ ହସ୍ତଶିଳ୍ପ ପ୍ରଦସନ ପାଇଁ ପପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ବିକାଶ ଅଧିକାରୀ, ସମସ୍ତ କ୍ଷେତ୍ର ପରିଚଳିକା ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଓ ବାଳକ ଗର୍ଭବତୀ ଓ ପ୍ରସୂତି ମା ସମସ୍ତ ପୋଷଣ ବ୍ଲକ ସଂଯୋଜକ ଓ ସଂଯୋଜିକା ସ୍ବାସ୍ଥ୍ୟ ବିଭାଗ କର୍ମୀ ଇତ୍ୟାଦି ଯୋଗଦାନ କରି କାର୍ଯ୍ୟକ୍ରମ ର ମହତଟିକୁ ସଫଳ କରିଥିଲେ।
No Result
View All Result