No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ, ସଂଯୁକ୍ତ ସାମୁଖ୍ୟ, ଓଡିଶା, (ଇଉନାଇଟେଡ ଫୋରମ ଅଫ ବ୍ୟାଙ୍କ ଅବସରପ୍ରାପ୍ତ ଅର୍ଗାନାଇଜେସନ, ଓଡିଶା, ଇଉ.ଏଫ.ବି.ଆର.ଓ) ତରଫରୁ ବିଭିନ୍ନ ଦାବିକୁ ନେଇ ପି.ଏମ.କି ଛକ ଠାରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବ୍ୟାଙ୍କର ପ୍ରାୟ ତିନିଶହରୁ ଉଦ୍ଧ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏହି ଗଣଧାରଣାରେ ଯୋଗ ଦେଇଥିଲେ । ଏ.ଆଇ.ବି.ଆର.ଏଫର ସଂଯୁକ୍ତ ସାଧାରଣ ସଚିବ ଶ୍ରୀ ମିତ୍ର ଦାସୁ ଏ.ଓ.ବି.ଆର.ଏଫ ସଭାପତି ଶ୍ରୀ ବୈକୁଣ୍ଠ ନାଥ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ମିଶ୍ର ଏବଂ ଅନ୍ୟ ବହୁ ଉଚ୍ଚସ୍ତରୀୟ ନେତା ଏହି ଗଣଧାରଣାରେ ଉଦବୋଧନ ଦେଇଥିଲେ ।
ରିଜର୍ଭ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଲାଗୁ କରାଯାଇଥିବା ପେନସନ ଢାଞ୍ଚାରେ ଅନ୍ୟ ବ୍ୟାଙ୍କମାନଙ୍କ ପାଇଁ ପେନମନ ବ୍ୟବସ୍ଥାର ଅଦ୍ୟତିନିକରଣ (ପେନ୍ସନ ଅପଡେସନ), ସାମ୍ୟ ବୀମା ବାର୍ଷିକ କିଛି ଉପରୁ କି.ଏସ.ଟି ପ୍ରତ୍ୟାହାର, ସୁଲଭ ସାସ୍ଥ୍ୟ ବୀମା ପଲିସି, ପେନସନ୍ ସଂଶୋଧନ ସମ୍ବନ୍ଧୀୟ ଦ୍ବିପାକ୍ଷିକ ଆଲୋଚନାରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ନିମନ୍ତେ ପ୍ରତିନିଧିତ୍ବର ସୁଯୋଗ ସୃଷ୍ଟି, ସର୍ବ ନିମ୍ନ ପେନସନ ରାଶି ଟ ୧୦,୦୦୦/- କୁ ବୃଦ୍ଧି ଆଦି ନାର୍ଯ୍ୟ ଦାବି ଗୁଡିକୁ ବିଗତ ତିରିଶି ବର୍ଷ ଧରି କର୍ତ୍ତୃପକ୍ଷ ଅବହେଳା କରିଆସୁଥିବାରୁ ସଭ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରବଳ କ୍ଷୋଭ ପ୍ରକାଶ କରାଯାଇଥିଲା ।
ସରକାରଙ୍କ ତରଫରୁ ତୁରନ୍ତ ଭଲ ଦାବି ଗୁଡିକ ଉପରେ ଉପଯୁକ୍ତ ସକାରାତ୍ମକ ସିଦ୍ଧାନ୍ତ ନିଆ ନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମତପ୍ରକାଶ ପାଇଥିଲା । ଏହି ଧାରଣା ପୋଗ୍ରାମରେ ଭାରତୀୟ ଜାତୀୟ ଟ୍ରେଡ ଯୁନିଅନ କଂଗ୍ରେସ (ଆଇ. ଏନ୍.ଟି.ୟୁ.ସି )ର ସର୍ବଭାରତୀୟ ଉପ ସଭାପତି ଏବଂ ରାଜ୍ୟର ସାଧାରଣ ସଂପାଦକ ପୂର୍ବତନ ସାଂସଦ ତ.ରାମଚନ୍ଦ୍ର ଖୁଣ୍ଟିଆ ଓ ଅଖୁଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ଓଡିଶା ଶାଖାର ସଂପାଦକ ଶ୍ରୀ ଜୟନ୍ତ କୁମାର ଦାସ
ଏବଂ ଭାରତୀୟ ଟ୍ରେଡ ୟୁନିଅନ କେନ୍ଦ୍ର ତରଫରୁ ଶ୍ରୀ ଦୁଶମନ୍ତ କୁମାର ଦାଶ ଉଦ୍ବୋଧନ ଦେଇ ଅବସର ବ୍ୟକ କର୍ମଚାରୀ ମାନଙ୍କର ନ୍ୟାର୍ଯ୍ୟ ଦାବି ଯଥା ପେନ୍ସନ୍ ସଂଶୋଧନ ଏବଂ ପେନସନ ସମ୍ବନ୍ଧିୟ ଅନ୍ୟାନ୍ୟ ଦାବି ଗୁଡିକ ପ୍ରତି ପୂର୍ଣ ସମର୍ଥନ ଜଣାଇଥିଲେ । କେନ୍ଦ୍ର ସରକାର ଏହାକୁ ଅବିଳମ୍ବେ ମାନି ନେବାକୁ ଆହ୍ବାନ ଦେଇଥିଲେ । ଏ ସମସ୍ତ ଦାବି ଉପରେ ଏକ ସ୍ମାରକ ପତ୍ର, ମାନନୀୟ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଓଡିଶାର ମାନ୍ୟବର ରାଜ୍ୟପାନଙ୍କୁ ପ୍ରଦାନ କରାଯାଇଥିଲା ।
No Result
View All Result