No Result
View All Result
ପିଏସ୍ଆଇ, ହାବିଲଦାର ନିଲମ୍ବିତ,୩ ହୋମଗାର୍ଡ ଗାର୍ଲସ ଚାକିରୀ
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଂଟାମାଳ ଥାନା ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକିଙ୍କ ଶବ ଜବତ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଜଣେ ଟ୍ରେନି ସବ୍ ଇନ୍ସପେକ୍ଟର(ପି ଏସ୍ଆଇ)ଅଜିତ କୁମାର ବେହେରା, ଜଣେ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ୩ ଜଣ ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର, ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ।

ଘଟଣାର ତଦନ୍ତ ଚାଲୁ ରହିଛି ଶବ ବ୍ୟବଛେଦ ରିପୋର୍ଟ ସ୍ଥଗିତ ରଖଯାଇଛି l ବିଶରା ରିପୋର୍ଟ ଆସିଲା ପରେ ମୃତୁର ଅସଲି କାରଣ ଜଣାପଡିବ ବୋଲି ଅତିରିକ୍ତ ଏସ୍ପି ବଳଭଦ୍ର ଦୀପ ପ୍ରକାଶ କରିଛନ୍ତି । ଏ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଶେଷ ହୋଇନାହିଁ । ଜ୍ୟୋଷ୍ଠଙ୍କ ସହ ଆସିଥିବା ଦାଶରଥିଙ୍କୁ ପଚରା ଉଚରା ସରିନାହିଁ । ଘଟଣାରେ ପୋଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ତଦନ୍ତ ଯେପରି ହେବା କଥା ସେପରି ଚାଲିଛି । ଘଟଣାରେ ଯାହାର ସମ୍ପୃକ୍ତି ଆସିବ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିି ଏଏସ୍ପି ଦୀପ କହିଛନ୍ତି ।

ହି ଘଟଣାକୁ ଜିଲା ପୋଲିସ ଗୁରୁତ୍ୱର ସହ ନେଇଛି l ଜ୍ୟେଷ୍ଠଙ୍କୁ ହତ୍ୟା କରାଯାଇଛି ଣା ଅନ୍ୟ କିଛି ଘଟଣା ଘଟିଛି ତାହା ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିନାହିଁ । କେବେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ, ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ପରିବାର ଓ ମଟରସାଇକେଲ ରେ ଯାଉଥିବା ବ୍ୟତୀତ କହିଛି ପୋଲିସ ବଇକ ଟାଣି ଜେଷ୍ଟ କୁ ପିଟୁଟିବା କହିଛନ୍ତି l
No Result
View All Result