No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ :-> ବୋଲଗଡ଼ ବ୍ଲକ ସାଗରଗାଁସ୍ଥିତ ଅଲଟ୍ରା ସ୍ବେଛ ସେବୀ ଅନୁଷ୍ଠାନର ଆନୁକୂଲ୍ୟରେ ଓ ପ୍ରତିଷ୍ଠାତା ବ୍ରହ୍ମଚାରି ରାୟଙ୍କ ସଭାପତିତ୍ୱରେ ଆଜି ବରିଷ୍ଠ ନାଗରିକ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି ! ଏହି ଦିବସରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସରପଞ୍ଚ ରମlମଣୀ ବେହେରା ଓ ସଂମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସମାଜ ସେବୀ ଫକୀର ମହାରଣା, ବରିଷ୍ଠ ନାଗରିକ ଉଦ୍ଧବ ସାହୁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱତନ୍ତ୍ର ଶିକ୍ଷକ ତାଲିମ ଛାତ୍ର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ସଭାପତି ବ୍ରହ୍ମଚାରୀ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଲୋକ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ! ଏହି ବରିଷ୍ଠ ଦିବସ ୮୦ଜଣ ଭିନ୍ନ କ୍ଷମ ପିଲା, ୩୦୦ଜଣ ବରିଷ୍ଠ ନାଗରିକ ଓ ୬୭ଜଣ ସ୍ୱତନ୍ତ୍ର ଶିକ୍ଷକ ତାଲିମ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ! ଏହି ବରିଷ୍ଠ ଦିବସ ଉପଲକ୍ଷେ ଯୋଗ ପ୍ରାଣାୟାମ, ସ୍ୱାସ୍ଥ୍ୟ ଶିବିର,ପ୍ରକୃତି ପରୀକ୍ଷଣ ଓ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା !
ଆଜିର ଆଧୁନିକ ବିଜ୍ଞାନ ସମାଜରେ ଭିନ୍ନକ୍ଷମ ପିଲାମାନେ କୌଣସି କାର୍ଯ୍ୟରେ ଅକ୍ଷମ ନୁହନ୍ତି ଓ ବରିଷ୍ଠ ନାଗରିକମାନକୁ କେନ୍ଦ୍ର ଓ ରାଜ୍ୟ ସରକାର ସାହାଯ୍ୟ କରିବା ଉଚିତ ବୋଲି ସମସ୍ତ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ! ବ୍ରହ୍ମହନନ୍ଦ ରାୟ ବାର୍ଷିକ ବିବରଣୀ ପଠନ କରିଥିଲେ ! ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ସଦାନନ୍ଦ ଦାସସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ବରିଷ୍ଠ ସଦସ୍ୟ ରାଜକିଶୋର ରାୟ ସମସ୍ତଙ୍କର ସୁସ୍ଥ ତଥା ନିରୋଗ ଜୀବନ ଯାପନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result