No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ଼ ମଣ୍ଡଳ ୧ ଅକ୍ଟୋବରରୁ ୧୫ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱାଡା” ପାଳନ କରୁଛି। ଯାହାର ଲକ୍ଷ୍ୟ ହେଉଛି, ଦେଶକୁ ପରିଷ୍କାର – ପରିଛନ୍ନ ରଖିବା ସହ ମହାତ୍ମା ଗାନ୍ଧୀଜୀଙ୍କର ସ୍ୱଚ୍ଛ ତଥା ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।ସ୍ୱଚ୍ଛତା ପଖୱାଡା ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ. ବାଜୱା,
ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ, ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ। ସ୍ୱଚ୍ଛତା କାର୍ଯ୍ୟକଳାପ ପ୍ରତି ସପ୍ତାହରେ ଦୁଇ ଘଣ୍ଟା ଉତ୍ସର୍ଗ କରିବାକୁ ଓ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ମିଶନର ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତେ ପ୍ରତିଶୃତି ନେଇଥିଲେ।ଏହି ଅବସରରେ ଖୋର୍ଦ୍ଧାରୋଡ଼ ସ୍କାଉଟ୍ ଏବଂ ଗାଇଡ୍ ପିଲାମାନଙ୍କ ଦ୍ୱାରା “ସ୍ଵଚ୍ଛ ଭାରତ” ଉପରେ ଏକ ନୁକ୍କଡ ନାଟକ ପ୍ରଦର୍ଶିତ କରଯାଇଥିଲା।ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ କର୍ମଚାରୀମାନେ ସ୍ବଚ୍ଛତା ଶପଥ ନେଇଛନ୍ତି ।
ଯାତ୍ରୀ ଏବଂ ରେଳ ବ୍ୟବହାର କାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସ୍ବଚ୍ଛତା ଉପରେ ବ୍ୟାନର, ପୋଷ୍ଟର, ଜିଙ୍ଗଲ୍ ଆଦି ପ୍ରଦର୍ଶନ କରାଯାଉଛି।ସ୍ବଚ୍ଛତା ପଖୱାଡା ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଇଏନ୍ଏଚ୍ଏମ୍ ୱିଙ୍ଗ୍ ଦ୍ୱାରା, ରେଳ ଷ୍ଟେସନ୍, ପରିସର, ଟ୍ରେନ୍, ଅଫିସ୍, କ୍ୟାଣ୍ଟିନ, ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛି।
No Result
View All Result