No Result
View All Result
୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚିଲିକା କୂଳରେ ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବାହ୍ଣରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସହ ସ୍ବେଛାସେବୀମାନେ ମହାବିଦ୍ୟାଳୟ ପରିସରରୁ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଚିଲିକା କୂଳ ପରିକ୍ରମା କରି ଚିଲିକାର ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ l ଏହାପରେ ମହାବିଦ୍ୟାଳୟ ସଭାଗୃହରେ ଯୁବ ରେଡ଼କ୍ରସ ଓ ଏନଏସଏସ ମିଳିତ ଆୟୋଜନରେ ଜାତୀୟ ସ୍ବେଛାକୃତ ଆୟୋଜିତ ରକ୍ତଦାନ ଦିବସ ଅନୁଷ୍ଠିତ ହୋଇଥିଲା l
ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ,ଅଧ୍ୟାପକ ଧୋବୀ ପରିଡା,ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ,ଡକ୍ଟର ମୋନାଲିସା ମାନସିଂହ ରକ୍ତଦାନର ପ୍ରାସଙ୍ଗିକତା ଓ ସୁଫଳ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ l
ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସ୍ଵଭାଵ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ lଏହି ଅବସରରେ ନିକଟରେ ଏନଏସଏସ ଓ ରେଡ଼କ୍ରସ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସ୍ବେଛାସେବୀ ସୁଶ୍ରୀ କରିସ୍ମା ବିଶ୍ୱାସ,ସଂଗ୍ରାମ ଦାସ,ନୀଳକଣ୍ଠ ଦାସ,ଶୁଭଙ୍କର ରାଉତ,ରାକେଶ ବେହେରା ଦୀପକ ସେଠୀଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତଙ୍କ ସଂଯୋଜନାରେ ସ୍ୱଚ୍ଛତା ହିଁ ସେବା ସପ୍ତାହରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
No Result
View All Result