No Result
View All Result
୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଦୀର୍ଘ ବର୍ଷ ଧରି ଘରଭଡା ନଦେବା ଏବଂ ଜୋର ଜବରଦସ୍ତ ଘରକୁ ଅକ୍ତିଆର କରିବା ସହ ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ମାମଲାରେ ବିଚାର କରି ଚିଲିକା କୋର୍ଟ ମାନ୍ୟବର ବିଚାରପତି ଯୁଧିଷ୍ଠିର ଦଳେଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୧ ବର୍ଷ ଜେଲ ଓ ୧ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଣି କରିଛନ୍ତି l ଏଥି ସହ ଜୋରିମାନା ଅନାଦେୟ ଅଧିକ ଏକ ମାସ ଜେଲ ସମେତ ଗୃହ ମାଲିକଙ୍କୁ କ୍ଷତି ପୂରଣ ବାବଦରେ ୫ ହଜାର ଟଙ୍କା ଦେବା ପାଇଁ ନିର୍ଦେଶନାମା ଦେଇଛନ୍ତି l ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନ ସୋରଣ ମାନସିଂହ ପୁର ଗ୍ରାମର ଭିକାରୀ ବେହେରା ଓ ଦୁଖୀ ବେହେରା l
ସୂଚନା ମୁତାବକ, ମାନସିଂହ ପୁର ଗ୍ରାମର ବୁଧିବାମନ ବେହେରାଙ୍କ ଘରେ ୨୦୧୩ ମସିହାରେ ଉପୋରକ୍ତ ଅଭିଯୁକ୍ତ ଦ୍ୱୟ ଭଡା ସୂତ୍ରରେ ରହିଥିଲେ l ତେବେ ଚୁକ୍ତିନାମା ଅନୁଯାଇ ଭଡା ଦେବାରେ ଖିଲାପ କରିବାରୁ ୨୦୧୫ ମସିହାରେ ଘର ମାଲିକ ଏ ନେଇ ଖୋର୍ଦ୍ଧା କୋର୍ଟରେ ଆଶ୍ରୟ ନେଇଥିଲେ l ୨୦୧୯ ମସିହାରେ ମାମଲାଟି ଗୃହ ମାଲିକଙ୍କ ସପକ୍ଷରେ ଯାଇଥିଲା ଏବଂ ୨୦୨୨ ମସିହା ନଭେମ୍ବର ୨୫ ତାରିଖରେ ପ୍ରଶାସନ ଉପସ୍ଥିତରେ ଭଡାଟିଆଙ୍କୁ ଘରୁ ବେଦଖଲ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା l
କିନ୍ତୁ ପୋଲିସ ପ୍ରଶାସନ ଯିବା ପରେ ଉକ୍ତ ଦିନ ରାତ୍ରିରେ ପୁଣି ଉକ୍ତ ଅଭିଯୁକ୍ତ ଦ୍ୱୟ ପହଞ୍ଚି ଜୋର ଜବରଦସ୍ତ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ଘର ମାଲିକଙ୍କ ପରିବାରକୁ ମରଣାସ୍ତ୍ର ଦେଖାଇ ଧମକ ଚମକ ଦେଇଥିଲେ l ଏ ସଂକ୍ରାନ୍ତରେ ଘର ମାଲିକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ମାମଲା ଟି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ବିଚାର ହୋଇ ସମସ୍ତ ସାଖ୍ୟପ୍ରମାଣ କୁ ଆଧାର କରି ମାଜିଷ୍ଟ୍ରେଟ ଯୁଧିଷ୍ଠିର ଦଳେଇ ବୁଧବାର ଶୁଣାଣି କରିଛନ୍ତି l ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରିଥିଲେ କୈଳାଶ ଚନ୍ଦ୍ର ନାଥ l
No Result
View All Result