୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଭଳି ଅଗ୍ନି ଵର୍ଷୀ କବିତା ର ସ୍ରଷ୍ଟା, ନିଆଁ ଖୁଣ୍ଟା ପତ୍ରିକା ର ସମ୍ପାଦକ ଗୋଦାବରୀଶ ମହାପାତ୍ର ଙ୍କ ୧୨୬ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ, ଚିଲିକା ସାହିତ୍ୟ ସମାଜ ଓ ଵାଣପୁର ପଞ୍ଚାୟତ ସମିତି ର ମିଳିତ ଆନୁକୂଲ୍ୟରେ ବାଣପୁର ସ୍ଥିତ ଶହୀଦ କ୍ରୃତ୍ତିଵାସ ଭଵନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ,

ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଆଦିକନ୍ଦ ସାହୁ,ସମ୍ମାନୀୟ ବକ୍ତା ଭାବେ ସୁସାହିତ୍ୟିକ ଶଶିଭୂଷଣ ରଥ, ସମ୍ମାନୀୟ ଅତିଥି ଭାବେ ବାଣପୁର ବ୍ଲକ ର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶୀତଲ ଅଗ୍ରୱାଲ, କବି ଗୋଦାବରୀଶ ଙ୍କ ଦାୟାଦ ଉମାଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଗୋଦାବରୀଶ ଙ୍କ ପ୍ରଚଣ୍ଡ ସାରସ୍ଵତ ପ୍ରତିଭା ସମ୍ପର୍କରେ ସାରଗର୍ଭକ ଆଲୋଚନା ରଖିଥିଲେ।ସଭା ପରିଚାଳନା କରିଥିଲେ ଚିଲିକା ସାହିତ୍ୟ ସମାଜ ର ସଭାପତି ବାଳମୁକୁନ୍ଦ ଦାସ ।

ଶାଳିଆ ସାଂସ୍କୃତିକ ପରିଷଦ ର ଶିଳ୍ପୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଉଠ କଙ୍କାଳ ସଙ୍ଗୀତ ଗାଇ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଵର୍ଣାଳୀ ହୋତା ଉକ୍ତ ଉଦ୍ ଵୋଧନୀ ସଙ୍ଗୀତ ଗାନ କରି ଏକ ଉନ୍ମାଦନାର ମାହୋଲ୍ ସ୍ରୃଷ୍ଟି କରିଥିଲେ । ଏହି ଅବସରରେ ଚିଲିକା ସାହିତ୍ୟ ସମାଜର କେତେକ ବରିଷ୍ଠ ସାରସ୍ଵତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସହ ସଚିବ ସଞ୍ଜୟ କୁମାର ଛୁଆଳ ସିଂହ । ପରିଶେଷରେ ଅଧ୍ୟାପକ ସଙ୍ଗାତ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।