No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଳକ୍ ଅନ୍ତର୍ଗତ ବାଙ୍କୋଇ ସାଧନ କେନ୍ଦ୍ରର ସମସ୍ତ ମାଧ୍ୟମିକ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି, “ସଂଯୋଜକ ଧିରେନ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ବଡ଼ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି,! ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସି ଆର ସିସି ଧିରେନ କୁମାର ପାତ୍ର ପୌରୋହିତ୍ୟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଦ୍ରୁଲ ହୁସେନ ଖାଁ ,ମୁଖ୍ୟବକ୍ତା ଭାବେ ବଡ଼ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵିତୀକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି ସୁରଭି ୧୦ଟି ବିଦ୍ୟାଳୟରୁ ବରିଷ୍ଠ ଓ କନିଷ୍ଠ ବିଭାଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳ ଲିଖନ, ସଂଗୀତ,
ବକ୍ତୃତା, ବିତର୍କ, ପି ଏମ୍ ପୋଷଣ ଚିତ୍ରକଳା, ପି ଏମ୍ ପୋଷଣ ଶିଳ୍ପକଳା, ପ୍ରବନ୍ଧ, ବୋଧଜ୍ଞାନ , ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଶ୍ରୁତଲିଖନ ଓ ଦଳୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ପ୍ରତିଯୋଗିତାରେ ସମୁଦାୟ ୧୨୦ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନେ ବ୍ଲକସ୍ତରୀୟଶିଶୁ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ! ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦ୍ୱତୀ କୃଷ୍ଣ l
ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ବଡ଼କୁମାରୀ ଗ୍ରାମପଞ୍ଚୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷକ ମଳୟ ପଣ୍ଡା, ଚୈତନ୍ୟ ମହାରଣା, , ହୃଷିକେଶ ନାୟକ, ସରୋଜ ସାମନ୍ତ ସିଂହାର, ସlରଥ ଦେହୁରୀ,ଅନାମ ପରିଡା ଓ ଗୋବିନ୍ଦ ଚନ୍ଦ୍ର ନାୟକ ଯୋଗଦେଇଥିଲେ !
ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଲୋକଲୋଚନକୁ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭା ଆଣିବା ନିମିତ୍ତ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସୁରଭି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ପ୍ରଧାନ, କଲ୍ୟାଣୀ ସାହୁ, ସ୍ବପ୍ନlରାଣୀ ମହାପାତ୍ର ଓ ଉଷାରଣୀ ସେନାପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ ପରିଚାଳନା କରିଥିଲେ।ପରିଶେଷରେ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result