ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସତନ୍ତ୍ର ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ

୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ "ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଏବଂ ସ୍ବତନ୍ତ୍ର ଶିକ୍ଷକ" ଶୀର୍ଷକ ଉପରେ ଆଲୋଚନା ଚକ୍ର ରବିବାରଦିନ ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ମୁଖ୍ୟବକ୍ତା ଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ଫୁଲ ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !

ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋଧୁରୀ ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରଥିଲେ !ପ୍ରଥମେ ସଂଘ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟ ଅତିଥିମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲେ !

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଓ କ୍ରମାଗତ ଭାବେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା କମିବା ପ୍ରସଙ୍ଗ ଆଦି ଆଲୋଚନା ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭାରେ ଅଭିଭାବକମାନେ ନିଜ ନିଜର ର ଅଭିଭାଷଣ ପ୍ରଦାନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷମାନଙ୍କୁ ସମସ୍ତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରୈପ୍ୟ ରଞ୍ଜନ ସାମନ୍ତରାୟ,ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ଉପସଭାନେତ୍ରୀ ଆର୍ଷୀ ଉପାସନା କର, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ମିଶ୍ରଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ।ପରିଶେଷରେ ସମ୍ପାଦକ ଜୀବନ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।