No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ଶୁକ୍ରବାର ଦିନ ମଣ୍ଡଳସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ଶୁଭlରମ୍ଭ ହୋଇଯାଇଅଛି ! ଏହିକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବିଡ଼ିଓ ଶରତ କୁମାର ମଲ୍ଲିକ,ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର,

ବିଶିଷ୍ଠ ଅତିଥିଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ ଓ ସଂମ୍ମାନିତ ଅତିଥିଭାବେ ଅତିରିକ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର. ସି.ସି କୈଳାସ ନାଥ ସ୍ୱାଇଁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସଭ୍ୟା ସୁନନ୍ଦିତା ସାହୁ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ ! ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ସ୍ୱାଗତଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ !

ନିପୁଣ ଓଡିଶା ଶୁଭlରମ୍ଭ କାର୍ଯ୍ୟକ୍ରମରେ ବାମନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ଛାତ୍ରଛାତ୍ରୀମାନେ ମୌଳିକ ସ୍ଵାକ୍ଷରତା,ସଂଖ୍ୟାଜ୍ଞାନର ବିକାଶ ଓ ଜାତୀୟ ଶିକ୍ଷାନୀତି “୨୦୨୪”ଅନୁଯାୟୀ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ଦକ୍ଷତା ଏହାର ଆଭିମୁଖ୍ୟ ଓ ଲକ୍ଷ୍ୟ ଅଟେ ! ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକର ସମସ୍ତ ସି,ଆର,ସିସିମାନେ ଯୋଗଦେଇଥିଲେ ! ପରିଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
No Result
View All Result