No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ରୋଟାରୀ କ୍ଲବ ଆଫ୍ ଭୂବନେଶ୍ୱର ରୟାଲ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ରାମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ଟି ଲିମ୍ବଗଛ ରୋପଣ କରାଯାଇ ଥିଲା । କ୍ଲବ୍ ର ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ଚତୁର୍ଥ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ପର୍ଯ୍ୟାବରଣ କମିଟି ଅଧ୍ୟକ୍ଷ ପ୍ରାକ୍ତନ ପ୍ରାନ୍ତପାଳ ଶୀବବ୍ରତ ଦାଶ,ସହ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର,
ପ୍ରାକ୍ତନ ସଭାପତି ସଞ୍ଜୟ ଚୋୖଧୁରୀ ଯୋଗଦେଇ ସବୁଜିମାର ଗୁରୁତ୍ବ ଓ ପରିଵେଶୀୟ ଗମ୍ଭୀରତା ସମ୍ପର୍କରେ ସଚେତନତା ର ବାର୍ତ୍ତା ଦେଇଥିଲେ । ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମରଣାନ୍ତକ ଜ୍ୱର କୁ ଦୂରେଇ ରଖିବା ପାଇଁଁ କ୍ଲବ୍ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମଶାରୀ ଓ ବେଡସିଟ୍ ବିତରଣ କରାଇଥିଲା । ବିଭିନ୍ନ ଅଞ୍ଚଳରେ ମଶାରୀର ବ୍ୟାପକ ବିତରଣ ସହ ଏହାର ଅଧିକରୁ ଅଧିକ ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯିବ ବୋଲି କ୍ଲବ୍ ସଭାପତି ଶ୍ରୀ କର ଏହି ଅବସରରେ ସୂଚନା ଦେଇଥିଲେ ।
ଆଗାମୀ ଦିନରେ ରାମେଶ୍ୱର ନିକଟବର୍ତ୍ତୀ ଖାଲି ସ୍ଥାନରେ ରୋଟାରୀ ପକ୍ଷରୁ ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବ ବୋଲି କ୍ଲବ ସଭାପତି ଶ୍ରୀ କର ସୂଚନା ଦେଇଥିଲେ। ରୋଟଟାରୀୟାନ୍ ବିଶ୍ଵମୋହନ ପଟ୍ଟନାୟକ ବିଶ୍ଵକାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରାକ୍ତନ ସଭାପତି ଅଜୟ ପଟ୍ଟନାୟକ,
କୋଷାଧ୍ୟକ୍ଷ ଦୀପକ୍ ସେହେଗଲ,ଅର୍ଜୁନ କୁମାର ସାହୁ,ବିଶ୍ୱଜିତ ମିଶ୍ର, ରୋମା ସେହେଗଲ ପ୍ରମୁଖ ଯୋଗଦେଇଥିଲେ ।

No Result
View All Result