No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫିରିଙ୍ଗିଆ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ମଧ୍ୟରେ ଥିବା ବ୍ରାହ୍ମଣ ସାହି ଠାରେ ଏକ ଘରକାମ ଚାଲିଥିବା ବେଳେ ଏକ ପାଚେରୀ ଭୁଶୁଡି ପଡି ଜଣେ ଶ୍ରମିକ ଙ୍କ ଉପରେ ପଡ଼ିଯିବା ଫଳରେ ଶ୍ରମିକ ଜଣକ ଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି I ସୂଚନା ଅନୁସାରେ ଗୁରୁବାର ସକାଳୁ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସୁନାପାଙ୍ଗା ଗାଁ ପ୍ରଧାନ ସାହି ର କଳାକୃଷ୍ଣ ଭୋଇ ନାମକ ଜଣେ ତାଙ୍କ ପୁଅ ଓ ସ୍ତ୍ରୀ ଙ୍କ ସହ ବ୍ରାହ୍ମଣ ସାହି ର ବାବୁଲା ସେନାପତି ନାମକ ଜଣେ ବ୍ୟକ୍ତି ଙ୍କ ଘର କାମ କରୁଥିବା ବେଳେ ଘରପାଖରେ ଥିବା ଏକ କାନ୍ଥ ଭୁଶୁଡି ପଡିଥିଲା I
ଫଳରେ କାନ୍ଥ ତଳେ କଳାକୃଷ୍ଣ ଭୋଇ ନାମକ ଶ୍ରମିକ ଜଣକ କାନ୍ଥ ତଳେ ଚାପିହୋଇ ରହିଯାଇଥିଲେ I ପରେ ପାଖରେ ଥିବା ଅନ୍ୟଶ୍ରମିକ ଙ୍କ ସହ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶ୍ରମିକ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଲୟ କୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକ ଜଣକ ଙ୍କ ମୃତ୍ୟୁ ହୋଇଥିଲା I ଘଟଣା ସମ୍ପର୍କ ରେ ମୃତ ଶ୍ରମିକ ଙ୍କ ସ୍ତ୍ରୀ ଜଲି ଭୋଇ ଫୁଲବାଣୀ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦେବା ପରେ ଆଦର୍ଶ ଥାନା ପୋଲିସ ମେଡିକାଲ ରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି I
No Result
View All Result