No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ ::-> କନ୍ଧମାଳ ଜ଼ିଲ୍ଲା ଫୁଲବାଣୀର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଗୁରୁବାର ୩ ୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କାମାଣ୍ଡାଣ୍ଟ, ବରିଷ୍ଠ କଳାକାର ନବୀନ କିଶୋର ପଣ୍ଡା, ଯୋଗ ଦେଇଥିବାବେଳେ ଅନ୍ୟ ତମ ବକ୍ତା ଭାବେ ନିର୍ଦେଶକ ତଥା ବରିଷ୍ଠ ଆଇନଜୀବୀବିଜୟ କୃଷ୍ଣ ପଟନାୟକ,
କଳାକାର ତଥା ବୁଦ୍ଧିଜୀବୀ ନବ କିଶୋର ରଥ, ବରିଷ୍ଠ ଆଇନଜୀବୀ ତଥା ଡ୍ରାମା କଳାକାର ରବୀନ୍ଦ୍ର ନାଥ ମିଶ୍ର, ପ୍ରମୁଖ ଯୋଗ ଦେଇ ଜିଲାରେ କଳା, ସଂସ୍କୃତି ଓ ନାଟକ ର ପ୍ରଚାର ଓ ପ୍ରସାର ସହିତ ନୂତନ କଳାକାର ପ୍ରୁଷ୍ଟି କରିବା ଦିଗରେ ବନାନୀ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଦର୍ଶକ ମଞ୍ଚ ମୁଁହା ହେବେ କିପରି? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଭଲ ବହି, ନିର୍ଦେଶନା ସହ କଳାକାର ମାନେ ମନ ଛୁଆଁ ଅଭିନୟ କଲେ ଦର୍ଶକ ମଞ୍ଚ ମୁହାଁ ହେବେ ବୋଲି ଆଲୋଚକ ମାନେ ମତ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ଯୋଗ ଦେଇ ନାଟକ ର ବିଭିନ୍ନ ଦିଗ ସମ୍ପର୍କରେଆଲୋଚନା କରିଥିଲେ l
No Result
View All Result