No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା /ଦାରିଙ୍ଗବାଡି :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଭେଟିଛନ୍ତି । ଏହି ସମୟରେ ଲିନ୍ସାଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ଭଦ୍ର ଲୋକ ଉପସ୍ଥିତ ଥିଲେ । ସେ ନିଜ ଗାଁ ଉକ୍ତ ପଞ୍ଚାୟତ ଗର୍ଜେଡି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଓ ଆବଶ୍ୟକ କଲଭର୍ଟ ନିର୍ମାଣ କରିବାକୁ ଲିଖିତ ଭାବେ ନିବେଦନ କରିଛନ୍ତି ।
ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମପଲିଠାରୁ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ କରାଯିବାକୁ ଦାବି କରିଛନ୍ତି । ବିଡ଼ିଓ ମଧ୍ୟ ଏଥିରେ ସହମତି ପ୍ରକାଶ କରିବା ସହ ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ରଙ୍କୁ ମଧ୍ୟ ଲିନ୍ସା ଦେଖାକରି ଗାଁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।
ପ୍ରକାଶ ଯେ, ଲିନ୍ସା ଡାକ୍ତରୀ ପଢିବା ପାଇଁ ନିଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି । ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଲିନ୍ସାଙ୍କ ଏକ ସାକ୍ଷାତରେ ଉପ ନିଜ ଗ୍ରାମ ସମ୍ପର୍କରେ ପଚାରି ବୁଝିଥିଲେ । ସେହି ସମୟରେ ଲିନ୍ସା ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗ୍ରାମ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ ପାଇଁ ନିବେଦନ କରିଥିଲେ ।
No Result
View All Result