No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଶତାଧିକ ଲୋକଙ୍କୁ କମ୍ବଳ, ପାଲ, ଶାଢ଼ୀ, ଲୁଙ୍ଗି, ଗାମୁଛା, ମଗ ଓ ସାବୁନ ଆଦି ବଣ୍ଟନ କରାଯାଇଥିଲା ।
ଏସବୁ ଦ୍ରବ୍ୟ ପାଇ ଗ୍ରାମବାସୀ ଖୁସିବ୍ୟକ୍ତ କରିବା ସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ମିଲନ ସାହୁ, ବଦ୍ରୀନାଥ ଭୁକ୍ତ ଓ ପଞ୍ଚାନନ ସାହୁ ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଷଦର ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ତ୍ରିପାଠୀଙ୍କ ସମେତ ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକ, ସହ ସମ୍ପାଦକ ଭାଗିରାମ ଡିଗାଲ, ଶ୍ରମିକ ନେତା ଘନ ଶବର ପ୍ରମୁଖ ଯୋଗ ଦେଇଥିଲେ ।
No Result
View All Result