No Result
View All Result
୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ପ୍ରଗତିର ନୂତନ ସୂର୍ଯ୍ୟାଦୟ 2036 ସୁଦ୍ଧା ହେବ ବିକଶିତ ଓଡିଶା ର ଅଭିୟୁଦୟ l 100 ଦିନର ବିକାଶର କାହାଣୀ ଦେଖିଲା କନ୍ଧମାଳ ବାସି l ଫୁଲବାଣୀ କରୋନେସନ ପଡିଆ ଠାରେ ବିରାଟ ବିକାଶ ମେଳାରେ ସଭାର ଆୟୋଜନ କରାଯାଇଛି l ଜିଲ୍ଲାର ପାଞ୍ଚ ହାଜ଼ାର ରୂ ଉର୍ଦ୍ଧ ପୁରୁଷ ଓ ମହିଳା ଏହି କାର୍ଯ୍ୟକର୍ମ ରେ ଯୋଗଦେଇଛନ୍ତି l
ଏହି କାର୍ଯ୍ୟକର୍ମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ୧୦୦ ଦିନର ବିକାଶ ର କଥl କହିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ l ପୁରୀ ମନ୍ଦିର ଚାରି ଦ୍ଵାରା ଖୋଲିବା ସହିତ ରତ୍ନ ଭଣ୍ଡାର ଖୋଲିବା,
ସୁଭଦ୍ରା ଯୋଜନାରେ ମହିଳା ମାନଙ୍କ ଖାତାକୁ ଟଙ୍କା ଯିବା ଶିକ୍ଷା,ସ୍ବାସ୍ଥ୍ୟ,ଗମନ ଗମନ, କନ୍ଧମାଳକୁ ରେଳ ପଥ । ଆଦି ବିଭିନ୍ୟ ଯୋଜନା ସମ୍ପର୍କରେ କହିଥିଲେ ମନ୍ତ୍ରୀ l ପରେ ପରେ, ଏକ ସାଧାରଣ ସଭା ଅନୁଷ୍ଠିତ ମାନ୍ୟବର କନ୍ଧମାଳ ସାଂସଦ, ମାନ୍ୟବର ବିଧାୟକ, ଫୁଲବାଣୀ, ମାନ୍ୟବର ବିଧାୟକ ଉମା ଚରଣ ମଲିକ ,
ଜିଲ୍ଲାପାଳ ଅମ୍ରିତ ଋତୁରାଜ , କନ୍ଧମାଳ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର କନ୍ଧମାଳ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ l ପ୍ରତିଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ହୋଇଥିଲା ।
No Result
View All Result