No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ ଜିଲ୍ଲା :-> ରାଇକିଆ ବ୍ଲକପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି, ଏହି ବୈଠକରେ ମାନ୍ୟବର ସାଂସଦ। ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ବିଷୟରେ ରିଭ୍ୟୁ କରିଥିଲେ ।
ପୁଣି ବୈଠକରେ ୧୨ ଗୋଟି ସରପଞ୍ଚ ଓ ସମିତି ସଭ୍ୟବୃନ୍ଦ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଚାଲିଥିବା ସମସ୍ତ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା/ସମୀକ୍ଷା କରାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଉପାଧ୍ୟକ୍ଷା ଶ୍ରୀମତୀ ରୀନା ପ୍ରଧାନ,
ରାଇକିଆତହସିଲଦାର ସୁଶ୍ରୀ ସୁଭଦ୍ରା ମୁଣ୍ଡିକା ଏବଂ ଅନ୍ୟ ବିଭାଗୀୟ ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ, ରାଇକିଆ ବିଡିଓ ଶ୍ରୀ ସୀମାଞ୍ଚଳ ମଣ୍ଡଳ ସମିତି ବୈଠକ ସଂଯୋଜନା କରିବା ସହ ସ୍ୱାଗତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଓ ବ୍ଲକ ର ସମସ୍ତ ଲୋକ ମାନେ ମଧ୍ୟ ଉପ ସ୍ଥିତ ଥିଲେ। 
No Result
View All Result