No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପିପିଲି ମିଡ଼ିଆ ୟୁନିୟନ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପିପିଲି ନିକଟସ୍ଥ ମା ଯୋଗମାୟା ଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଅଭିଜ୍ଞସମ୍ପନ୍ନ ପ୍ରିୟ ଗୁରୁଜୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିପିଲି ମିଡ଼ିଆ ୟୁନିୟନର କର୍ମକର୍ତ୍ତା ଚୟନ କରାଯାଇଛି। ସଂଘର ସଭାପତି ଭାବରେ ମନୋରଞ୍ଜନ ମହାପାତ୍ର, ଉପସଭାପତି ବାଲୁଙ୍କେଶ୍ୱର ପ୍ରଧାନ, ସମ୍ପାଦକ ଦେବାଶିଷ ସିଂରାୟନ,ସହ ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଉପଦେଷ୍ଟା ଭାବରେ ପ୍ରଭାତ କୁମାର ମହାପାତ୍ର, ସୁରେଶ କୁମାର ମହାନ୍ତି,ବିରଞ୍ଜନ ମଲ୍ଲିକ ଙ୍କୁ ଚୟନ କରାଯାଇଛି। ଏହି ବୈଠକରେ ପିପିଲି ମିଡ଼ିଆ ୟୁନିୟନର ସମସ୍ତ ସଭ୍ୟ ଉପସ୍ଥିତ ଥିବାବେଳେ ନୂତନ ଭାବରେ ଚୟନ କରାଯାଇଥିବା ସଭାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା।
ନୂତନ ଭାବେ ଚୟନ ହୋଇଥିବା ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ କିଭଳି ଶୃଙ୍ଖଳିତ ଭାବରେ ଏହି ମିଡ଼ିଆ ୟୁନିୟନ ଅଗ୍ରସର ହେବ ଓ ଏଥିରେ ସମସ୍ତ ସଦସ୍ୟ ତାଙ୍କର ସୁଚିନ୍ତିତ ମତାମତ ଦେଇ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ। ପିପିଲି ମିଡ଼ିଆ ୟୁନିୟନର ସମସ୍ତ ସଭ୍ୟ ପିପିଲି ଅଞ୍ଚଳରେ ଥିବା ସମସ୍ୟା କୁ ନିଜ ଖବର କାଗଜ ଓ ବୈଦୁତିକ ଗଣ ମାଧ୍ୟମରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାପତି ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।କେବଳ ଦୋଷ ତୃଟି ନୁହେଁ ସରକାର ଙ୍କ ବିଭିନ୍ନ ସରକାରୀ ଯୋଜନା ରୁ ଲାଭ ପାଉଥିବା ଭଲ ଖବର ମଧ୍ୟ ନିଜ ନିଜର ଖବର କାଗଜ ଓ ବୈଦୁତିକ ଗଣ ମାଧ୍ୟମରେ ପ୍ରକାଶ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।
ପିପିଲି ମିଡ଼ିଆ ୟୁନିୟନ ସମ୍ପର୍କିତ ସୂଚନା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳ ର ନେତାଙ୍କ ଅବଗତି ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି “ମୁଁ ନୁହେଁ ଆମେ” ହୋଇ ସଂଗଠିତ ହୋଇ ଗୋଟିଏ ପରିବାର ଭଳି କାମ କରିବାପାଇଁ ବଜ୍ର ଶପଥ ନେଇଥିଲେ ସାମ୍ବାଦିକ ମାନେ।ସତ୍ୟ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ବରିଷ୍ଠ ସାମ୍ବାଦିକ ତଥା ପିପିଲି ମିଡ଼ିଆ ୟୁନିୟନର ଉପଦେଷ୍ଟା ପ୍ରଭାତ ମହାପାତ୍ର ସଭାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକାରିଣୀ ବୈଠକ ରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ,ଜୟନ୍ତ କୁମାର ଷଡଙ୍ଗୀ,ବାପୁ ବେହେରା,ବସନ୍ତ ଖଣ୍ଡାୟତ ରାୟ, ଜୀବନ ଜୟ ରାଉତରାୟ,ପ୍ରଶାନ୍ତ ମହାରଣା, ଶ୍ରୀଧର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ବେହେରା, ସତ୍ୟନାରାୟଣ ସିଂ, ନିଗମାନନ୍ଦ ଶର୍ମା, ଧୀରେନ୍ଦ୍ର ମହାରଣା, ଜଗନ୍ନାଥ ବେହେରା, ସୈମ୍ୟରଞ୍ଜନ ସତପଥି , ପ୍ରମୁଖ ଯୋଗ ଦେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା।
No Result
View All Result