No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା`ଯୋଜନାର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଲକ ଓ ଫୁଲବାଣୀ ପୌରାଞ୍ଚଳର ମିଳିତ ସହଯୋଗରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି, ଫୁଲବାଣୀ ପଞ୍ଚାୟତ ସମିତି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଓ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସହିତ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗୃହ ସମ୍ପୂର୍ଣ୍ଣ ହୋଇଥିବା ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି ବଣ୍ଟନ କରାଯାଇଥିବାବେଳେ ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।
ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ଶୁଭଦ୍ରା ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରି ଓ ଯୋଗ୍ୟତା ମାନଦଣ୍ଡ ଉପରେ ଆଲୋଚନା କରିଥିଲେ । ଯେଉଁ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିନାହାଁନ୍ତି ସେମାନେ ଆବଶ୍ୟକ କାଗଜପତ୍ର ଦାଖଲ କରି ଆବେଦନ କରି ଚଳିତ ବର୍ଷରେ ଶୁଭଦ୍ରା ଯୋଜନାରେ ଲାଭ ପାଇବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ମହିଳାମାନେ ନିଜ ବାଡ଼ିରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି ସେମାନେ ଏହି ଟଙ୍କାକୁ ସେଥିରେ ଖଟାଇପାରିଲେ ଅଧିକ ଲାଭବାନ ହୋଇପାରିବେ । ଆଉ ଯେଉଁମାନେ ଗୃହିଣୀ ଅଛନ୍ତି ସେମାନେ ଚାହିଁଲେ ନିଜେ କିମ୍ବା ଗୋଷ୍ଠୀଗତଭାବେ କିଛି ରୋଜଗାର ପାଇଁ ଏହାକୁ ମୂଳଧନ ଆକାରରେ ବିନିଯୋଗ କରିପାରିବେ ।
ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ଜ଼ିଲ୍ଲା ପାଳ ଶ୍ରୀ ଋତୁରାଜ୍ କହିଥିଲେ । ମାନନୀୟ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଆଦିତ୍ୟ କର୍ଜର ଏବଂ ମାନ୍ୟବର ଫୁଲବାଣୀ ବିଧାୟକଙ୍କ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି କହିଲେ, ମହିଳାମାନଙ୍କର ସାମଗ୍ରିକ କଲ୍ୟାଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିକାଶ ପାଇଁ ଏହି ଯୋଜନାର ମୂଳ ଲକ୍ଷ୍ୟ । ମାନନୀୟ ପ୍ରଧାନ ମନ୍ତ୍ରୀ ଗତବର୍ଷ ଆଜିର ଦିନରେ ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କରିଥିବାବେଳେ ଆଜି ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ କୌଣସି ଲିଙ୍କ୍ ଆସୁନାହିଁ ।
ଯଦି କୌଣସି ଆବଦେନକା ରୀ ସେହି ଲିଙ୍କକୁ କ୍ଲିକ୍ କରିଦେବେ ତେବେ ତାଜ୍ଞ ଆକାଉଣ୍ଟ ରୁ ସମସ୍ତ ଟଙ୍କା ଚାଲିଯିବାର ସମ୍ଭାବନା ଅଛି । ସେଥିପାଇଁ ସତର୍କ ରହିବା ପାଇଁ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ମାଆ ମାନଙ୍କୁ ସଚେତନ କରିଥିଲେ । ଅବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଜ୍ଞ ଆକାଉଣ୍ଟ ରେ ଟଙ୍କା ଜମାହେବ ସେଥିପାଇଁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ରାଜ୍ୟସ୍ଥଳୀୟ ସୁଭଦ୍ରା’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମ ଜିଲ୍ଲାରୁ ୧୦୦ ଜଣ ମା’ମାନଙ୍କୁ ନେଇ ୫ ଜଣ ଅଧିକାରୀ ଗତକାଲି ରାତିରୁ ଭୁବନେଶ୍ଵର ଗ୍ରସ୍ତ କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରାଙ୍କ ସୂଚନାରୁ ଜଣାପଡ଼ିଛି ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ ତାଙ୍କ ପ୍ରାରମ୍ଭିକ ସଂଭାଷଣରେ ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ବ୍ୟକ୍ତତା ରଖିବା ଉଦ୍ଦେଶ୍ୟରେ ଶପଥ ପାଠ କରାଇଥିଲେ । ଫୁଲବାଣୀ ବ୍ଲକ ପ୍ରକଳ୍ପ ମ୍ୟାନେଜର, ଓଡ଼ିଶା ଜିବିକା ମିଶନ ଶ୍ରୀ ସୁଶାନ୍ତ କୁମାର ଲେଙ୍କା ସଭା ପରିଚାଳନା କରିଥିବାବେଳେ ଫୁଲବାଣା ବ୍ଲକ ମିଶନଶକ୍ତିର ବ୍ଳକ ପ୍ରକଳ୍ପ ସଂଯୋଜକ ଦିପ୍ତିମୟା ଘଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଫୁଲବାଣା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ପ୍ରତୀକ କୁମାର ସାହୁ, ସି.ଡି.ପି.ଓ.ଫୁଲବାଣୀ ଶ୍ରୀମତା ବୈଜୟନ୍ତି ମଲ୍ଲିକ, ବିଭାଗୀୟ ଅଧିକାରୀ ଏବଂ ପ୍ରାୟ ୪ହଜାର ମହିଳା ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
No Result
View All Result