No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫିରିଙ୍ଗିଆ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ୍ଭେରୀଗୁଡା ଗ୍ରାମରେ ଆଇଟିଡ଼ିଏ ଫୁଲବାଣୀଙ୍କ ପକ୍ଷରୁ ଏକ ଦିନିକିଆ ଗେଣ୍ଡୁ ଫୁଲ ଚାଷର କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମଟି ଶାନ୍ତି ମୈତ୍ରୀ ଅନୁଷ୍ଠାନ ଏପିସି ପ୍ରକଳ୍ପ ଅଞ୍ଚଳର ଗ୍ରାମ୍ଭେରୀଗୁଡ଼ାର ମାଁ ପାଟଖଣ୍ଡା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକର ଜୀବିକା ମିଶନ ପରିଚାଳକ ସଂଗ୍ରାମ ନାୟକ, ସ୍ଥାନୀୟ ଏମ୍ ଜି କେ ସ୍ଥାନୀୟ ସିଆରପିମାନେ ତାଙ୍କ ଅଞ୍ଚଳର ଚିହ୍ନଟ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯଥା-ମାଶ୍ରୀପଡ଼ା, ମୁଣ୍ଡାସାହି, ବିଞ୍ଜୁରିପଡ଼ା ଓ ଡିଣ୍ଡିରା ଗାଁରୁ ଆସି କ୍ଷେତ୍ର ପ୍ରଶିକ୍ଷଣରେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦାତା ଭାବେ ରାୟଗଡା ସ୍ଥିତ ପ୍ରଦାନ ଅନୁଷ୍ଠାନର କର୍ମୀମାନେ ଯୋଗ ଦାନ କରିଥିଲେ l
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଁ ପାଟଖଣ୍ଡାର ସଦସ୍ୟାମାନେ ପ୍ରାୟ ୪,୦୦୦ ଗେଣ୍ଡୁ ଫୁଲ ଚାରା ରୋପଣ କରିଥିଲେ । ଏକ ସଫଳ କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏପିସି ପ୍ରକଳ୍ପ “ଶାନ୍ତି ମୈତ୍ରୀ” ଅନୁଷ୍ଠାନର ପ୍ରକଳ୍ପ ପରିଚାଳକ ସତ୍ୟ ନାରାୟଣ ମଲ୍ଲିକ, ଆଶିଷ ପାଣିଗ୍ରାହୀ ଆଞ୍ଚଳିକ ସଂଯୋଜକ ନିଶ୍ୱାସନୀ ପ୍ରଧାନ, ଅରୁଣ କୁମାର ଦିଗାଲ ଏବଂ ଏସିପି ପ୍ରକଳ୍ପ ସିଆରପି ସସ୍ମିତା ସାହାଣୀ, ରିତୁପୂର୍ଣ୍ଣା ମିଶ୍ର ଏବଂ ସୁଜିତ କୁ ମାର ପାତ୍ର ପ୍ରତ୍ୟେକେ କ୍ଷେତ୍ରରେ ସହଯୋଗ କରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ ଭାବେ ସଫଳ ରୂପାୟନ କରିଥିଲେ l

No Result
View All Result