୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ଭାରସାମ୍ୟ ହରାଇ ରବିବାର ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ । ୫୯ ନଂ ଜାତୀୟ ରାଜପଥ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ କାର୍ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମରାମତି ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ପଛପଟୁ ପିଟିଲା ଆଉ ଏକ ଚଳନ୍ତା କାର୍ ।

ଦୁର୍ଘଟଣାରେ ଚଳନ୍ତା କାରରେ ଥିବା ତିନିଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଆହତ ଦୁଇଜଣ ବାଲିଗୁଡ଼ାର ସ୍ବରାଜ ପ୍ରିତମ ପାଢ଼ୀ(ଗୁଡୁ) ଓ ରିକି ହୋଇଥିବା ବେଳେ ରିକି ନାମକ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।