No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ ।
ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମାନବ ସେବା ହିଁ ମାଧବ ସେବା କହି ଦୁର୍ଗତଙ୍କୁ ସେବା ଦେବାକୁ ସ୍ଵେଚ୍ଛାସେବୀଙ୍କୁ ନିବେଦନ କରିଥିଲେ । ଦର୍ଶନ ଶାସ୍ତ୍ର ଅଧ୍ୟାପକ ଗଣନାଥ ସୋରେନ୍ ନିଜ ବକ୍ତବ୍ୟ ରେ ଦୁର୍ଘଟଣା ର ପ୍ରଥମ ଏକ ଘଣ୍ଟା ସୁବର୍ଣ୍ଣ ସମୟ ବୋଲି ଉଦାହରଣ ଦେଇ ବୁଝାଇ ଥିଲେ । ଶେଷରେ ଯୁବ ରେଡକ୍ରସ୍ କାଉନସେଲର ଦଣ୍ଡପାଣି ଭୂୟାଁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result