No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ମିଳିତ ଭାବେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ।ତତସହିତ ବିଭିନ୍ନ ବ୍ୟାଙ୍କର ପ୍ରାକ ବିବାଦୀୟ ମକଦ୍ଦମା ଗୁଡିକୁ ମଧ୍ୟ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା ।
ଉକ୍ତ ଲୋକ ଅଦାଲତରେ ସମୁଦାୟ ୧୧୭ ଗୋଟି ମାମଲାର ଫଇସଲା ହୋଇଥିବାବେଳେ ଏଥିରୁ ୨୪ ଲକ୍ଷ ୧୯ ହଜାର ୨୧୬ ଟଙ୍କା ଆଦାୟ କରାଯାଇଥଲା । ଉକ୍ତ ଲୋକ ଅଦାଲତରେ ବାଣପୁର ଓ ବାଲୁଗାଁର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ବାଣପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀମାନେ ଲୋକ ଅଦାଲତ ପରିଚାଳନାରେ ସହାୟତା କରିଥିଲେ।ସେହିପରି ଚିଲିକା କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଚିଲିକା କୋର୍ଟ ବିଚାରପତି ଶ୍ରୀଯୁକ୍ତ ଯୁଧିଷ୍ଠିର ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l
ଉକ୍ତ ଲୋକ ଅଦାଲତ ରେ ଶ୍ରୀ ଦଳେଇ ସମୁଦାୟ ୫୦ ଗୋଟି ମାମଲା ର ଚୁଡାନ୍ତ ସମାଧାନ କରିଛନ୍ତି l ଯେଉଁଥିରେ ୩ଟି ଜମିଜମା ମୋକଦ୍ଦମା, ୧ଟି ଚେକ୍ ବାଉନ୍ସ ମୋକଦ୍ଦମା ଏବଂ ୪୬ଟି ଫୌଜଦାରୀ ମାମଲା ଚୂଡାନ୍ତ ସମାଧାନ ହୋଇଥିଲା l ତେବେ ଚେକବାଉନ୍ସ ମାମଲା ରେ ୬୫ହଜାର ଟଙ୍କା ଆଦାୟ ହୋଇ ମୋକଦ୍ଦମା ର ସ୍ଥାୟୀ ସମାଧାନ ହୋଇ ଥିଲା l ଉକ୍ତ ଲୋକ ଅଦାଲତରେ ଚିଲିକା କୋର୍ଟ ଓକିଲ ସଂଘର ସମ୍ପାଦକ ଅଶୋକ କୁମାର ଚମ୍ପତି, ବିରଞ୍ଚି କୁମାର ବେହେରା,ସନ୍ତୋଷ ବେହେରା ଏବଂ ଅନ୍ୟାନ୍ୟ ଆଇନଜୀବି ମାନେ ଉପସ୍ଥିତ ଥିବା ବେଳେ କୋର୍ଟ କର୍ମଚାରୀ ସିଦ୍ଦଲାଲ ମାରାଣ୍ଡି,ଭାରତ ଭୂଷଣ ଦାଶ, ସୋମନାଥ ପାଲଟାସିଂ ,ବରୁଣ ସର ପ୍ରଫୁଲ ପ୍ରଧାନ ଏବଂ ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ l

No Result
View All Result