No Result
View All Result
ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ କନ୍ଧନୟାଗଡ଼ ଗ୍ରାମସ୍ଥିତ ରଘୁ ଦିବାକର ଉଚ୍ଚ ବିଦ୍ୟାଳୟର ସାମଗ୍ରିକ ବିକାଶ, ଭିତ୍ତିଭୂମିରସ୍ଥିତି, ଶିକ୍ଷାଦାନର ମାନ ଏବଂ ସରକାରୀ ଯୋଜନାର ସଫଳ ରୂପାୟନର ସମୀକ୍ଷା କରିବା ପାଇଁ ଗୁରୁବାର ଦିନ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା , ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଓ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକଙ୍କ ମିଳିତ ପରିଦର୍ଶନ କରିଅଛନ୍ତି !

ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଶଶୀରେଖା ଜେନା,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା, ରଘୁ ଦିବାକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିମଳ ବେହେରା ପ୍ରମୁଖ ଯୋଗଦେଇଥିଲେ l ଏହି ବିଦ୍ୟାଳୟଟି ୧୯୬୮ମସିହାରେ ନିର୍ମିତ ହୋଇଥିବାବେଳେ ଏହି ଅଞ୍ଚଳରେ ଶିକ୍ଷା ବିକାଶରେ ଦୀର୍ଘ ୫୮ ବର୍ଷ ଧରି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇଆସିଅଛି l ଏହି ବିଦ୍ୟାଳୟର ବର୍ତ୍ତମାନ ପ୍ରାୟ ୪୦୬ଜଣ ଛାତ୍ରଛାତ୍ରୀମାନେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଅଛନ୍ତି !

ତେବେ ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ବଗିଚା ଏବଂ ଖେଳପଡ଼ିଆର ଉନ୍ନତୀକରଣ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ହେଉଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ,ବିଦ୍ୟାଳୟର ସୁରକ୍ଷା ପାଇଁ ଭାଙ୍ଗିଯାଇଥିବା ପାଚେରୀର ପୁନଃନିର୍ମାଣ ଏବଂ ବିଭିନ୍ନ ସମସ୍ୟା ନେଇ ପ୍ରଧାନଶିକକ୍ଷୟିତ୍ରୀ ସରସ୍ବତୀ ମିଶ୍ର ସମସ୍ତ ପରିଦର୍ଶକମାଙ୍କୁ ଅବଗଡ଼ କରାଇଥିଲେ। ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ବଗିଚା ଏବଂ ଖେଳପଡ଼ିଆର ଉନ୍ନତୀକରଣ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ହେଉଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ,
ବିଦ୍ୟାଳୟର ସୁରକ୍ଷା ପାଇଁ ଭାଙ୍ଗିଯାଇଥିବା ପାଚେରୀର ପୁନଃନିର୍ମାଣ ନିମନ୍ତେ ତୁରନ୍ତସରକାରୀ ଅର୍ଥକ ସହାୟତା ମଞ୍ଜୁର କରାଯିବ ଏବଂ ଏହାର ପୁନଃର ଉଦ୍ଧାର ଆବଶ୍ୟକତା ରହିଛି ବୋଲି ପ୍ରଶାସନ ଅଧିକାରୀମାନେ ଅନୁଭବ କରିଥିଲେ । ପରିଦର୍ଶନ ସମୟରେ ଚିହ୍ନଟ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନ ଶୀଘ୍ର କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜ ପାଣ୍ଠିରୁ ଅର୍ଥ ଦାନ କରି ଖୁବ ଶୀଘ୍ର ପାଚିରୀ ଓ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

No Result
View All Result