• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

Proprietor Abhimanyu Maharana by Proprietor Abhimanyu Maharana
September 4, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା
Share on FacebookShare on TwitterWhatsapp

 ସମେତ ଆଶ୍ରମ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା

ବାଲିଗୁଡା  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନ ପାଇଁ ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଉତ୍ସବ ମୁଖର ହୋଇ ଉଠିଛି । ବିଶ୍ଵହିନ୍ଦୁ ପରିଷଦର ବିଭିନ୍ନ ଅଞ୍ଚଳ ରୁ ସାଧୁସନ୍ଥ ମାନେ ଆସି ପହଞ୍ଚିଗଲେଣି । ଆଶ୍ରମ ପରିସର ଏବେ ଭକ୍ତିମୟ ପରିସର । ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀ ମାନେ ଆଶ୍ରମ ପରିସରର ସାଜସଜ୍ଜା ଓ ସ୍ୱାମୀଜୀଙ୍କ ରହିବା ସ୍ଥଳଠାରୁ ଆରମ୍ଭ କରି ତାଙ୍କ ପ୍ରତିମୂର୍ତ୍ତି ଓ ବ୍ୟବହୃତ କଠଉ ପର୍ଯ୍ୟନ୍ତ ସଫାସୁତୁରା କରାଯାଇଛି ।

ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ କହିଛନ୍ତି। ଶୁକ୍ରବାର ସକାଳୁ ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ଯ୍ୟପୂଜା ଓ ସ୍ମୃତିସଭା ଆୟୋଜିତ ହେବ। ସେହିପରି ସନ୍ଧ୍ୟାରେ ଜନ୍ମାଷ୍ଟମୀ ପୂଜା କାର୍ଯ୍ୟକ୍ରମ ରହିଛି। ଏହା ସହ ଆସୁଥିବା ଅତିଥି ଓ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ଵହିନ୍ଦୁ ପରିଷଦ ର ପ୍ରାନ୍ତ ସଂଗଠନ ସମ୍ପାଦକ ମହେଶ କୁମାର ସାହୁ ,

ସମର୍ପଣ ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ , ସେବା ବିଭାଗର ସହ ପ୍ରମୁଖ ନଗେନ୍ଦ୍ର ମହାରଣା , ଅରୁଣ ଭାଇ , ସହ ବିଶ୍ଵହିନ୍ଦୁ ପରିଷଦ ର ସରୋଜ ବେହେରା , ମଞ୍ଜୁଲତା ମହାନ୍ତ ,ତୃପ୍ତି ପଟ୍ଟନାୟକ , ସରୋଜ ବେହେରା ,ଅଚ୍ୟୁତା ନନ୍ଦ କହଁର , ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ଵାଇଁ ,ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ଅନ୍ୟପଟେ ଉତ୍ସବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କନ୍ଧମାଳ ଜିଲ୍ଲାର ବିଭିନ୍ନ ଛକରେ ନାକା ପୋଷ୍ଟ ଖୋଲାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଦୁଇଚକିଆ ଯାନଠାରୁ ଆରମ୍ଭ କରି ଚାରିଚକିଆ ଯାନ ପର୍ଯ୍ୟନ୍ତ ଯାଞ୍ଚ କରୁଛି ପୋଲିସ। ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଜାଲେଶପଟ୍ଟା ଆଶ୍ରମ ପରିସରରେ ବନ୍ଧୁକ ଧାରୀ ପୁଲିସ ପକ୍ଷରୁ କଡ଼ା ପ୍ରହାର ଦିଆଯିବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଇନ ଶୃଙ୍ଖଳା ଆଇ ଜି ସଞ୍ଜୟ କୁମାର ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପର୍କ ରେ ସମୀକ୍ଷା କରିଥିବା ଜଣାପଡିଛି । ଏହା ପରେ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ଙ୍କ ସହ ମିଶି ସଞ୍ଜୟ କୁମାର ଆଶ୍ରମ କୁ ଯାଇ ଫେରିଛନ୍ତି । ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ସମଗ୍ର ଅଞ୍ଚଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବିଷୟ ତୁମୁଡିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାଶ ପ୍ରକାଶ କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

September 4, 2026
ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

September 4, 2026
ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି

ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି

September 4, 2026
୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ

୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ

September 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

September 4, 2026
ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version