No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଆଜି ‘କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍’ର ବାର୍ଷିକ ଉତ୍ସବ ଅବସରରେ କଥାକାର ତଥା ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡକ୍ଟର ରଞ୍ଜନ ପ୍ରଧାନଙ୍କ ଉପନ୍ୟାସ ପୁସ୍ତକ ’ଧରଣୀପେନୁ’ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ତଥା ଚିନ୍ତକ ଅଧ୍ୟାପକ ବିଶ୍ବରଞ୍ଜନ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଔପନ୍ୟାସିକ ଡ. ରଞ୍ଜନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରବି ଦାସ, କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍ର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ଶିବ ବିଶ୍ବାଳ, ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ, ଅଶୋକ ମହାନ୍ତି, ସୁନୀଲ ବିଶ୍ବାଳ ପ୍ରମୂଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଡ. ପ୍ରଧାନଙ୍କ ଏହି ଉପନ୍ୟାସ ପୁସ୍ତକକୁ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ପକ୍ଷୀଘର’ ପ୍ରକାଶ କରିଛି । ଏ ଉପନ୍ୟାସରେ କନ୍ଧମାଳରେ ବସବାସ କରୁଥିବା କନ୍ଧ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାରେ ଦେଖା ଦେଇଥିବା ପରିବର୍ତ୍ତନ, ଧର୍ମକୁ ନେଇ ମଣିଷ ମଣିଷ ଭିତରେ ସୃଷ୍ଟି ହେଉଥିବା ବିଭେଦ ସମ୍ପର୍କରେ ବର୍ଣ୍ଣିତ ହୋଇଛି । ଏ ଉପନ୍ୟାସ ପୁସ୍ତକଟି ଜନଜାତି ସାହିତ୍ୟ ଭଣ୍ଡାରକୁ ଏକ ଅନନ୍ୟ ଉପହାର ବୋଲି ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ବରଞ୍ଜନ କହିଥିଲେ ।
No Result
View All Result