No Result
View All Result
୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ କୋଟଗଡ଼ ଥାନା ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତର ବାଡେସ୍ ଗ୍ରାମର ରୋହନ ବେହେରା ମାଝୀ ହୋଇଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ ମଙ୍ଗଳବାର ରୋହନ୍ କୌଣସି କାମରେ ବାଲିଗୁଡ଼ା ଆସିଥିଲେ କାମ ସାରି ରାତିରେ ଗାଁ କୁ ଫେରିବା ବେଳେ କୁର୍ତ୍ତମଗଡ଼ ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣାରେ ରୋହନ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବୁଧବାର ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

No Result
View All Result