No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ବାଲିଗୁଡ଼ା ବ୍ଲକ ର ରୁଟୁଙ୍ଗିଆ ଓ ବାତା ଗୁଡା ରେ ନେଟ ବିଭ୍ରାଟ । ସୁଭଦ୍ରା ପଞ୍ଜିକରଣ ବିଳମ୍ବ ସୁଭଦ୍ରା ଯୋଜନା ର ପଞ୍ଜିକରଣ ରେ ଇଣ୍ଟରନେଟ ବିଭ୍ରାଟ ଯୋଗୁଁ ଅହେତୁକ ବିଳମ୍ବ ହେଉଥିବା ଦେଖା ଯାଉଛି। ଜନସେବା କେନ୍ଦ୍ର ବିଳମ୍ବରେ ଖୋଲୁଛି। ରାତ୍ରୀରେ ନେଟ ଉପଲବ୍ଧ ହେଉଥିବାରୁ ରାତ୍ରୀରେ ପଞ୍ଜିକରଣ ହେଉଛି। ପଞ୍ଜିକରଣ ପାଈଁ କୁଆଡେ ୧୦୦ଟଙ୍କା ନିଆଯାଉଥିବା ନେଇ ଅଭିଯୋଗ କରୁଛନ୍ତି ହିତାଧିକାରୀମାନେ। ସୁଭଦ୍ରା ଯୋଜନା ରେ ଅନ ଲାଇନ ପଞ୍ଜିକରଣ ନିଶୁଳ୍କ କରାଯାଉଛି ବୋଲି ସରକାରୀ ନିର୍ଦ୍ଦେଶ ରହିଛି ।
ଆଧାର ତ୍ରୁଟି ସଂଶୋଧନ ପାଇଁ ୫୦ଟଙ୍କା ଧାର୍ଯ୍ୟ ହୋଇ ଥିବା ବେଳେ ୧୦୦ଟଙ୍କା ନିଆଯାଉଛି ବୋଲି ମହିଳା ମାନେ ଅଭିଯୋଗ କରୁଛନ୍ତି! ସେହିପରି ଋତୁଂଗିଆ ରେ ମଧ୍ୟ ଇଣ୍ଟରନେଟ ଉପଲବ୍ଧ ହେଉନଥିବାରୁ ହିତାଧିକାରୀ ମାନେ ୧୭ କିମି ଦୂର ଯାଇ ବାଟାଗୁଡା ଓ ବାଲିଗୁଡ଼ାରେ ପଞ୍ଜିକରଣ କରୁଛନ୍ତି। ୠତୁଙ୍ଗିଆ ପଞ୍ଚାୟତରେ ଅଧିକାଂଶ ହିତାଧିକାରୀ ଙ୍କ ମୋବାଇଲ ସିମ୍ ପରିବର୍ତ୍ତନ ହେଇଥିବା ଓ ମୋବାଇଲ ହଜି ଯାଇଥିବାରୁ ପଞ୍ଜିକରଣ ବେଳେ ଆଧାର ରେ ଥିବା ପୁରୁଣା ନମ୍ବର ନୂଆ ନମ୍ବର ମ୍ୟାଚ୍ କରୁନାହିଁ ଫଳରେ ପଞ୍ଜିକରଣ ରେ ଅସୁବିଧା ହେଉଛି। ସମସ୍ୟାର ସମାଧାନ ପାଇଁ ବିଡିଓ, ଜିପିଓ, ସି ଡି ପି ଓ, ଅଙ୍ଗନ୍ ୱାଡି କର୍ମୀ ଉଦ୍ୟମ କରୁଥିବା ଜଣାପଡିଛି l
No Result
View All Result