No Result
View All Result
ଖୁବ୍ ଶୀଘ୍ର ଆରମ୍ଭ ହେବ ପୁଟୁବାରୀ,ପିପଳପଦର ସେତୁ ନିର୍ମାଣ !
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡ଼ି ଗ୍ରାମ ପଞ୍ଚାୟତର ପୁଟୁବାରୀ ଓ ପିପଳପଦର ନାଳ ଉପରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ , ବହୁ ଦିନରୁ ଟେଣ୍ଡର ହୋଇ ସାରିଥିଲେ ସୁଧା ଅଦ୍ୟାବଧୂ ତା’ର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାର କାରଣ କ’ଣ ? ରକ୍ତ ସେତୁର ନିର୍ମାଣ କାର୍ଯ୍ୟ ଯଥାଶିଘ୍ର ଆରମ୍ଭ କରିବା ପାଇଁ , କି ପଦକ୍ଷେପ ଗ୍ରହଣ କରାଯାଇଛି ଓ କେବେ ସୁଦ୍ଧା ଉକ୍ତ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନ ସଭାରେ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ରବି ନାରାୟଣ ନାଏକ, ପ୍ରକାଶ କରିଛନ୍ତି ଯେ, ବିଜୁ ସେତୁ ଯୋଜନାରେ ନିର୍ମାଣ ହେବାକୁ ଥିବା ସେତୁଟିର ଟେଣ୍ଡର ପ୍ରକ୍ରିୟା ସରି ଯାଇଥିଲେ ସୁଦ୍ଧା ଠିକାଦାରଙ୍କ ଅଭିଯୋଗ କାରଣରୁ ଉକ୍ତ ଟେଣ୍ଡରଟି ନ୍ୟାୟାଳୟରେ ବିଚାରାଧନ ଥିଲା । ମାନ୍ୟବର ଅଦାଲତ ତା ୧୦/୦୭/ ୨୦୨୪ ରିଖରେ ଉକ୍ତ ଅଭିଯୋଗ ଟିକୁ ବରଖାସ୍ତ କରିବା ପାଇଁ ଆଦେଶନାମା ଜାରି କରିଛନ୍ତି l ବର୍ଗମାନ ସମ୍ପୃକ୍ତ ଅଧିକାରୀଙ୍କ ଦ୍ଵାରା ଟେଣ୍ଡର ପ୍ରକ୍ରିୟାକୁ ଶେଷ କରି ଯଥାଶୀଘ୍ର କାର୍ଯ୍ୟାରମ୍ଭ ନିମନ୍ତେ ବିହିତ ପଦକ୍ଷେପ ନିଆ ଯାଉଅଛି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ । ପ୍ରକାଶ ଥାଉକି ଏହି ପୋଲଟି ନିର୍ମାଣ ହେଲେ ଭୋଗବାଡି ଆଶ୍ରମ ବିଦ୍ୟାଳୟ ସମେତ, ପିପଳପଦର, ପୁଟୁବାରୀ ସମେତ ବହୁ ଆଦିବାସୀ ଗ୍ରାମର ଜନସାଧାରଣ ଉପକୃତ ହେବେ ।

No Result
View All Result